କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳିବ

ଫୋକସ ପ୍ଲସ (ନୟାଗଡ)୧୩/୦୭/୨୦୨୨ : ଦିନକୁ ଦିନ କୁକୁର କାମୁଡା ହେଉ କିମ୍ବା ଅନ୍ୟ ଜଙ୍ଗଲୀ ପଶୁଙ୍କ କାମୁଡ଼ାରେ ଚିକିତ୍ସାରେ ବିଳମ୍ବ ଘଟିବା କାରଣରୁ ମୁତ୍ୟୁ ବରଣ କରିଥାନ୍ତି ଅନେକ ଲୋକ |ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମ ଥର ପାଇଁ ଖଣ୍ଡପଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ କରାଇଲେ କୁକୁର କାମୁଡା ଇଞ୍ଜେକ୍ସନ| ଏହା ଦ୍ୱାରା ଉପକୃତ ହେବେ ଭାପୁର, ଖଣ୍ଡପଡା ଏବଂ ଗଣିଆ ଅଂଚଳର ହଜାର ଲୋକେ |ସୂଚନା ଅନୁସାରେ କୌଣସି ବ୍ୟକ୍ତିକୁ କୁକୁର କିମ୍ବା ଜଙ୍ଗଲୀ ଜୀବଜନ୍ତୁ କାମୁଡ଼େ ସେହିବ୍ୟକ୍ତି ନିଜ ଘର ପାଖରେ ଥିବା ମେଡିକାଲରେ କୁକୁର କାମୁଡା ଇଞ୍ଜେକ୍ସନ ଉପଲବ୍ଧ ନଥିବାରୁ ସେ ଅନେକ ଦୂର ଯିବାକୁ ହୁଏ |ଏମିତିକି ନୟାଗଡ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଯାଇଥାଏ ଯାହାଦ୍ୱାରା ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥାଏ ଫଳରେ ରୋଗୀ ମୁତ୍ୟୁ ମୁଖରେ ପଡିଥାଏ |ତେବେ ଆଜି ଯେତେ ବେଳେ ପ୍ରଥମ ଥର ପାଇଁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ଉପଲବ୍ଧ ହେବ ପରେ ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନ ସରେ, ତେବେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ୩ଟି ବ୍ଲକର ଶତାଧିକ ଲୋକେ |

ନୟାଗଡ ଖଣ୍ଡପଡାରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *