କୁଖ୍ୟାତ ଚୋରା ବନ୍ଧୁକ ବେପାରୀ ଗିରଫ

ଫୋକସ ପ୍ଲସ (ଭଞ୍ଜନଗର)୨୩/୦୬/୨୦୨୨:ଚୋରା ବନ୍ଧୁକ ଧରି ବସକୁ ଅପେକ୍ଷା ବେଳେ ମାଡ଼ିବସିଲା ପୋଲିସ | ଗୋଟିଏ ପିସ୍ତଲ ସହ ପାଞ୍ଚ ରାଉଣ୍ଡୁ ଗୁଳି ଧରି ଗଞ୍ଜାମ ରୁ ବାହାର ଜିଲ୍ଲାକୁ ଯିବାବେଳେ ପୋଲିସ ପଞ୍ଝାରେ ଉଲ୍ଲାସ | ଚଢିଆପଲି ଛକରେ ଉଲ୍ଲାସ ସାହୁ ଓ ତାର ସହଗୋଗୀକୁ ଗିରଫ କରିଛି ଜଗନ୍ନାଥ ପ୍ରସାଦ ପୋଲିସ | ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢିଆ ପଲି ଗ୍ରାମର ଉଲ୍ଲାସ ସାହୁ କରୁଥିଲେ ଚୋରା ବନ୍ଧୁକ କାରବାର, ବିଶେଷ ସୂତ୍ରରୁ ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା IIC ଦିଲୀପ ସ୍ୱାଇଁ ନିଜ ଟିମ ସହିତ କରିଥିଲେ ଅତକିର୍ତ ଚଢ଼ାଉ | ଚଢ଼ାଉ କରି ଗୋଟିଏ ପିସ୍ତଲ ଓ ପାଞ୍ଚଟି ଜୀବନ୍ତ ଗୁଳି ଜବତ କରିଥିଲେ | ହେଲେ ଉଲ୍ଲlସ ସାହୁ କେଉଁଠୁ ପାଉଛି ବନ୍ଧୁକ କିଏ ଗୋଯାଉଛି ତାର ଖୋଳତାଡ଼ କରି ଏକ ଘରିଆ ଗ୍ରାମର ଶତ୍ରୁଘନ ନାୟକ ଘରେ ଚଢ଼ାଉକରୀ ଗୋଟିଏ ରାଇଫଲ ଗୋଟିଏ ବନ୍ଧୁକ ଓ ଅଠର ଗୋଟି ଜୀବନ୍ତ ଗୁଳି ଜବତ କରି ଉଭୟ ଉଲ୍ଲାସ ଓ ଶତ୍ରୁଘନକୁ କୋର୍ଟ ଚାଲାଣ କରିଛି ଜଗନ୍ନାଥ ପ୍ରସାଦ ପୋଲିସ l

ଭଞ୍ଜନଗର ଆଶିଷ କୁମାର ଗୌଡ ଙ୍କ ରିପୋର୍ଟର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *