କୁଡୁମୀ ସେନା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ

ଫୋକସ ପ୍ଲସ(କେନ୍ଦୁଝର)୦୬/୦୯/୨୦୨୨: ଆଜି ସେପ୍ଟେମ୍ବର ୬ତାରିଖ, ୧୯୫୦ ମସିହା ଆଜିର ଦିନ ରେ ତତକାଳିନ ସରକାର କୁଡୁମୀ ସଂପ୍ରଦାୟକୁ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଥିବାରୁ ଆଜିର ଦିନକୁ କୁଡୁମୀ ସଂପ୍ରଦାୟ ଦ୍ଵାରା କଳା ଦିବସ ରୁପେ ପାଳନ କରାଯାଇଥାଏ ।କୁଡୁମୀ ମାନଙ୍କୁ ପୁନଃଆଦିବାସୀ ତାଲିକାଭୁକ୍ତ ହେବା, କରମ ପର୍ବ କୁ ସରକାରୀ ଛୁଟି ଘୋଷଣା, କୁଡୁମାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରି କ୍ଷେତ୍ରରେ ସାମିଲ କରିବା, ଓ କୁଡୁମୀ ବିକାଶ ପରିଶଦ ଗଠନ ପ୍ରଭୃତି ଦାବି ନେଇ ଆଜି କାଳି ପଡିଆ ନିକଟରୁ ଜିଲ୍ଲାର ପୁରପଲ୍ଲୀ ରୁ ଆସିଥିବା ଶହ ଶହ କୁଡୁମୀ ସଂପ୍ରଦାୟର ଲୋକ ହାତ ରେ ବ୍ୟାନର ଓ ପ୍ଲାକାର୍ଡ ଧରି ଏକ ବିଶାଳ ରାଲି ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କେନ୍ଦୁଝର ରୁ ସରୋଜ କୁମାର ମହାନ୍ତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *