କୁନିକୁନି ଶିଶୁ ଙ୍କ ଭବିଷ୍ୟତ ସହ ଖେଳୁଛି ସରକାର

ଫୋକସ ପ୍ଲସ ୬/୬/୨୨(କନ୍ଧମାଳ):କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା ଯାହାକି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଡିଣ୍ଡିମ ପିଟୁଛନ୍ତି ପିଟା ଯାଉଛି ଜନ୍ମ ରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମନ ପ୍ରଣୟନ କରିଛନ୍ତି କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ମନେହୁଏ ସମ୍ପୁର୍ଣ୍ଣ ଭିନ୍ନ । ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ସଭିଏ ପଢ଼ନ୍ତୁ ସଭିଏ ବଢନ୍ତୁ ନାରା ଦେଉଥିବା ବେଳେ ତୁମୁଡିବନ୍ଧ ବ୍ଲକର ସରଧାପୁର ଗ୍ରାମ ରେ ଅଙ୍ଗନୱାଡ଼ି ଶିଶୁ ଙ୍କ ପ୍ରତି ପ୍ରଶାସନ ଅବହେଳା କରୁଥିବା ନଜରକୁ ଆସିଛି | ଆଜକୁ ପ୍ରାୟ ୫ରୁ ୭ ବର୍ଷ ତଳେ କୁନି କୁନି ସିଶୁ ଅଙ୍ଗନୱାଡ଼ି ଗୃହ ରୁ ବଞ୍ଚିତ ହୋଈ ଖୋଲା ଆକାଶ ତଳେ ଆମ୍ବ ଗଛ ମୂଳରେ ଅଧ୍ୟୟନ କରି ଆସୁଥିବା ଦେଖିବାକୁ ମିଳିଛି । ସେ ପୁଣି ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ରୁ ମାତ୍ର ୪ କି.ମି ଦୂରତା ସରଧପୁରରେ ଗ୍ରାମରେ । ଏହି ବାବଦରେ ସିଡିପିଓ ଏବଂ ଗୋଷ୍ଠୀଉନ୍ନୟନ ଅଧିକାରି ଙ୍କୁ ଜଣେଇଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନୋଉନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ | କୁନିକୁନି ଶିଶୁ ମାନଙ୍କ ନିମନ୍ତେ ଖଣ୍ଡିଏ ଘର ନଥିବା ହେତୁ ସରଧାପୁର ଗ୍ରାମବାସୀ ପ୍ରଶାସନ ଙ୍କୁ ଘରଟେ କରିଦେବାକୁ ନିବେଦନ କରିଥିଲେ କିନ୍ତୁ ପ୍ରଶାସନ ଅଭିଯୋଗ ର ୫ ବର୍ଷ ପରେ ୨୦୧୫ ମସିହା ରେ ଅଙ୍ଗନୱାଡି ଘର ନିମନ୍ତେ ସାତ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଆଜକୁ ୭ ବର୍ଶ ବିତି ଯାଇଥିଲେ ମଧ୍ୟ ନା ଗୃହକାର୍ଯ୍ୟ ସରୁଛି ନା ଅଙ୍ଗନୱାଡ଼ି ଗୃହର ସୁବିଧା ପାଇ ପାରୁଛନ୍ତି କୋମାଲମତି ଶିଶୁ | ଗ୍ରାମବାସୀ ଏହିବାବଦରେ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ପ୍ରତିମା ପ୍ରଧାନ ଏବଂ କାର୍ଯ୍ୟରତ ଜେଇ ଙ୍କୁ ପଚାରିଲେ ଏହାର ଫାଇଲ୍ ନାହି ଦେଖିବା ମିଳିଲେ କହିବୁ ଏଭଳି ଅସନ୍ତୋଷ ଜନକ ମନ୍ତବ୍ୟ ଦେଇ ଚୁପ୍ ବସନ୍ତି । ଦୁଃଖର ବିଷୟ ଯେକୌଣସି ସରକାରୀ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ କିଭଳି ସେହି କାର୍ଯ୍ୟ ର ଫାଇଲ ପାଉନାହାନ୍ତି ସରକାରୀ ବାବୁ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୁଦ୍ଧିଜୀବୀ ମହଲରେ । ତେବେ କେବେ ଅଙ୍ଗନବାଡି ଗୃହ କାର୍ଯ୍ୟ ର ଫାଇଲ ମିଳିବ ଏବଂ କେବେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ଦେଖିବା ବାକିରହିଛି ।

 

ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *