କୁଷ୍ଠ ରୋଗରୁ ମୁକ୍ତି ପାଇଁ ମନ୍ଦିର ତୋଳିଥିଲେ ଅନଙ୍ଗଭୀମଦେବ

ଫୋକସ ପ୍ଲସ 09/02/2023(ବ୍ୟୁରୋ): ଆମ ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଥିରେ ଅନେକ କିମ୍ବଦନ୍ତୀ ଲୁଚି ରହିଛି । ସାଧାରଣତଃ ରାଜା, ମହାରାଜା, ବଣିକ ଓ ସାଧବମାନେ ମନ୍ଦିର ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । କିଏ ପୂଣ୍ୟ ପାଇଁ ମନ୍ଦିର ତୋଳେ ତ ଆଉ କିଏ ମାନସିକ ପୂରଣ ପରେ ମନ୍ଦିର ନିର୍ମାଣ କରିବାର ନଜିର ରହିଛି। ତେବେ ଏମିତି ଏକ ମନ୍ଦିର ହେଉଛି ଆମ ରାଜ୍ୟ ଓଡ଼ିଶାର କପିଳେଶ୍ୱର ମନ୍ଦିର। ସୋନପୁରରେ ଥିବା ଏହି ମନ୍ଦିରକୁ ଅନଙ୍ଗଭୀମ ଦେବ ତୋଳିଥିଲେ। କୁଷ୍ଠରୋଗରୁ ମୁକ୍ତି ପାଇଁ ସେ ମନ୍ଦିର ତୋଳିଥିବା ନେଇ କିମ୍ବଦନ୍ତୀ ରହିଛି । ସୋନପୁର ସଦର ମହକୁମା ଠାରୁ ବିନିକା ରାସ୍ତାରେ ଗଲେ ପଡେ଼ ଫୁଲମୁଠି ଛକ । ସେହି ଛକରୁ ବାମକୁ ୩ କିଲୋମିଟର ଗଲା ପରେ ଚରଦାଗ୍ରାମରେ ରହିଛି କପିଳେଶ୍ୱର ମନ୍ଦିର । ଅନଙ୍ଗଭୀମ ଦେବ ଦ୍ୱିତୀୟ ଏହି ମନ୍ଦିର ନିର୍ମାଣ କରିଥିଲେ ।କିମ୍ବଦନ୍ତୀ ଅନୁସାରେ, କୁଷ୍ଠରୋଗରୁ ଆରୋଗ୍ୟ ହେବା ପାଇଁ ଅନଙ୍ଗଭୀମ ଦେବ ଶ୍ରୀକ୍ଷେତ୍ରରୁ ମହାନଦୀକୂଳ ପର୍ଯ୍ୟନ୍ତ ଅନେକ ମନ୍ଦିର ନିର୍ମାଣ କରିଥିଲେ । ସେଥିମଧ୍ୟରୁ ଅନ୍ୟତମ ହେଉଛି କପିଳେଶ୍ୱର ମନ୍ଦିର । ତାରାପୁରଗଡ଼ ନିକଟସ୍ଥ ‘ରହିଲା’ ଗ୍ରାମରେ ଅବସ୍ଥାନ କରିବା ବେଳେ ରାଜା ଅନଙ୍ଗଭୀମ ଦେବଙ୍କୁ ପ୍ରଭୁ ସ୍ୱପ୍ନାଦେଶ କରିଥିଲେ – ‘ଅଳ୍ପ ଦୂରରେ କପିଳାସପୁର ପାହାଡ଼ରେ ମୁଁ ଅଛି । ସେଠାରେ ମନ୍ଦିର ସ୍ଥାପନ କଲେ ତୁମ୍ଭର ପାପ ବିମୋଚନ ହେବ। ପରେ ରାଜା ସେଠାରେ ମନ୍ଦିର ନିର୍ମାଣ କରି କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି |

 

Leave a Reply

Your email address will not be published. Required fields are marked *