କୁହୁଣ୍ଡାରେ ଅଗ୍ନିକାଣ୍ଡ, ୨ ବଖରା ଗୃହ ଭସ୍ମୀଭୂତ ||

ଫୋକସ ପ୍ଲସ 18/12/2022( ମାହାଙ୍ଗା): ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗାଁରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ବିଭିନ୍ନ ସାମଗ୍ରୀ ପୋଡି ଯାଇଛି l କୁହୁଣ୍ଡା ଗ୍ରାମର 12 ନମ୍ବର ୱାର୍ଡ ଚାମାର ସାହିରେ ରହୁଥିବା ବିଷ୍ଣୁ ଚରଣ ବେହେରା ଓ ମାଧବାନନ୍ଦ ବେହେରାଙ୍କ ଘରେ ଆଜି ଦିନ ୩ଟା ବେଳେ ଅକସ୍ମାତ ନିଆଁ ଲାଗିଯାଇଥିଲା lଖବର ପାଇବା ମାତ୍ରେ କୁଆଁପାଳରୁ ଦମକଳ ବାହିନୀ ୨ ଟି ଫାୟାର ଗାଡି ସହ ଘଟଣାସ୍ଥଳୀରେ ପହଂଚି ନିଆଁକୁ ଆୟତ କରିଥିଲେ l ସ୍ଥାନୀୟ ଗ୍ରାମବାସୀ ମାନେ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିବାରୁ ପାଖ ପଡୋଶୀଙ୍କ ଚାଳ ଛପର ଘର ଅଳ୍ପକେ ରକ୍ଷା ପାଇଯାଇଥିଲା l ସ୍ଥାନୀୟ ତହସିଲଦାର ଉମାକାନ୍ତ ବିଶ୍ୱାଳଙ୍କ ନିର୍ଦ୍ଦେଶ ପରେ ରାଜସ୍ବ ନିରୀକ୍ଷକ କ୍ଷୀରୋଦ ସାହୁ ଘଟଣାସ୍ଥଳୀରେ ପହଂଚି କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ତହସିଲ ପକ୍ଷରୁ ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି lଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି l ଘର ଜଳିଯାଉଥିବା ଖବର ପାଇବା ମାତ୍ରେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା କୁହୁଣ୍ଡାର ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ l ସମିତିସଭ୍ୟାଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ଅଫସର ତୁଲ୍ଲା, ପ୍ରମୁଖ ଘଟଣାସ୍ଥଳୀରେ ପହଂଚି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ l

Leave a Reply

Your email address will not be published. Required fields are marked *