ଦୂଷିତ ପାଣିରେ ପ୍ରସ୍ତୁତି ଚାଲୁଛି ମଧ୍ୟାନ ଭୋଜନ

ଫୋକସ ପ୍ଲସ(ରାଇରଙ୍ଗପୁର)୦୯ /୦୮/୨୦୨୨:୧୯୯୩ ମସିହାରେ ପ୍ରତିଷ୍ଟା ହୋଇଥିବା ରାଇରଙ୍ଗପୁର ଗୋଷ୍ଟି ଶିକ୍ଷା ବିଭାଗ ଅଧିନସ୍ଥ ଭାଲୁବସା ଗ୍ରାମପଞ୍ଚୟତର ଭାଲୁବସା ଗାଁ ମଝିରେ ରହିଛି ଭାଲୁବସା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ , ବିଦ୍ଯାଳୟ ପ୍ରତିଷ୍ଟାର ଏକ ବର୍ଷ ପରେ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୂଅ ଟି ଖନନ କରାଯାଇଥିବା କଥା ଗ୍ରାମବାସୀ ପ୍ରକାଶ କରିଥିଲେ , ଦୀର୍ଘ ୨୫ ବର୍ଷର କୁଅ ରହିଛି ତେବେ ୨୫ ବର୍ଷ ମଧ୍ଯରେ କୌଣସି ପ୍ରଧାନ ଶିକ୍ଷକ କୁଅ ପାଣିକୁ ବିଷଧନ କରାବା ପାଇଁ ସ୍କୁଲ କତ୍ତୃପକ୍ଷ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଥିଲେ । ଚଳିତ ବର୍ଷ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅମୃତ ମହତ୍ସବ କାର୍ଯ୍ଯକ୍ରମ ପାଇଁ ବିଦ୍ଯାଳୟର ପ୍ରଧାନଶିକ୍ଷକ ଶତିଷ ଚନ୍ଦ୍ର ବାରିକ ସ୍କୁଲ ପରିସରକୁ ଅଭିଭାବକ ମାନଙ୍କୁ କାର୍ଯ୍ଯକ୍ରମ ପାଇଁ ଡକାଇଥିଲେ । ବୈଠକ ବସିବା ପୂର୍ବରୁ ଅଭିଭାବକ ମାନେ ପହଞ୍ଚିଥିଲେ , ବିଦ୍ଯାଳୟରେ ପିଲାମାନେ କିପରି ମଧ୍ଯାନ ଭୋଜନ ଦିଆଯାଉଛି ତାହା ଜାଣିବାପରେ , ଅଭିଭାବକ ମାନଙ୍କ ନଜର ଜରାଜିର୍ଣ୍ଣ ଅବସ୍ଥାରେ ପଡିଥିବା କୁଅ ଉପରେ ନଜର ପଡିବାରୁ ପ୍ରଧାନ ଶିକ୍ଷକ ଶତିଷ ଚନ୍ଦ୍ର ବାରିକ୍ ଙ୍କୁ ପ୍ରଶ୍ନ କରିଥିଲେ , ପ୍ରଧାନ ଶିକ୍ଷକ ପ୍ରଶ୍ନର ଉତ୍ତର ନ ଦେଇ ଏଆଡୁ ସେଆଡୁ କଥା କୁ ଆଡେଇବା ପାଇଁ ଚେଷ୍ଟାକରି , କୌଣସି ଜରୁରୀ ଅଭିଯୋଗ ଆଣି ବିଦ୍ଯାଳୟରୂ ଖସିଯାଇଥିବା କଥା ଅଭିଭାବକ ମାନେ ସୂଚନା ଦେଇଥିଲେ , କୂଅର ଚାରିପଟେ ପଡିଛି ପୁଳା ପୁଳା ପଛା ଭାତ ତରକାରୀ , କୁଅ ଭିତରେ ଅନେକ ଅଳିଆ ଆବର୍ଜନା , କୂଅର ପାଣି ପଚ୍ଚା ଗନ୍ଧ ପୋକ ଜୋକ ଦେଖିବାକୁ ମିଳିଥିଲା , ଏହି ଅଳିଆ ପାଣିରେ ମଧ୍ଯାନ ଭୋନ ରୋଷେଇ କରି ସ୍କୁଲ ପିଲାମାନଙ୍କୁ ଖାଇବାକୁ ଦୀର୍ଘ ଦିନରୁ ଦିଆଯାଉଥିବା ଘଟଣା ଦେଖିବାକୁ ମିଳିଥିଲା। , ଏ ସମ୍ପର୍କରେ ସ୍କୁଲର ପାଚିକା ମାନେ ମଧ୍ଯ କହିଥିଲେ ହଁ ଆଜ୍ଞ ଏହି କୂଅର ପାଣିରେ ମଧ୍ଯାନ ଭୋଜନ ପ୍ରସ୍ତୁତ କରାଯାଉଅଛି , ଏହି ପଚ୍ଚା ଗନ୍ଧ ପାଣିରେ ରୋଷେଇ କରି ଫିଲାମାନଙ୍କୁ ଦେବାଫଳରେ ପିଲା ମାନେ ଅନେକ ଜ୍ବରରେ ପିଡିତ ହେଉଥିବା କଥାମାନ ସାମନାକୂ ଆସିଥିଲା , ଯାହାଫଳରେ ଛାତ୍ର ମାନଙ୍କ ଉପସ୍ଥିତି ଉପସ୍ଥାନ ହ୍ରାସ ହେଉଥିବା ନଜରକୁ ଆସିଅଛି , ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରି ବୁଝିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ , ଆଉ କହିଥିଲେ କେବେ ସମୟ ଦେଖି ସଫା କରିଦେବା , ଏତେ ବର୍ଷଧରି ଏହି କୂଅ ପାଣି ରେ ରୋଷେଇ ହୋଇ ପିଲାମାଙ୍କୁ ଖାଇବାକୁ ଦିଆଯାଉଅଛି , ମୋ ସ୍କୁଲ ଛୁଆ ମାନେ କେବେ ଜ୍ବରରେ ପଡିବା ଅଭିଯୋଗ ମୁଁ ଜାଣି ନାହିଁ , କିନ୍ତୁ ମୁଁ ଏ ବିଷୟରେ ରାଇରଙ୍ଗପୁର ଗୋଷ୍ଟି ଉନ୍ନୟ ଅଧିକାରୀ ଙ୍କୁ କୂଅ ସମ୍ପର୍କରେ ଅବଗତ କରିଥିଲେ ବୋଲି ଗଣମାଧ୍ଯମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ , ଗଣମାଧ୍ଯମ ପ୍ରଶ୍ନ ରଖିଥିଲେ କି ସ୍କୁଲ କଥା କାହିଁକି ଗୋଷ୍ଟି ଉନ୍ନୟ ବିଭାଗ ବୁଜିବ , ସ୍କୁଲ କଥା ବୁଜିବା ପାଇଁ ଗୋଷ୍ଟି ଶିକ୍ଷା ବିଭାଗର ବୋଲି ପଚାରିବାରୁ କଥା ଗୁଡିକ ଏପଟ ସେପଟ କରି ଉତ୍ତର ଦେଇଥିଲେ , ପ୍ରଶ୍ନ ହେଉଛି ଜଣେ ଦାୟିତ୍ବ ବାନ ପ୍ରଧାନ ଶିକ୍ଷକ ଏହି ଭଳି ଉତ୍ତର ଦେବା ଶିକ୍ଷିତ ପ୍ରଧାନ ଶିକ୍ଷକ ପାଇଁ ଲଜ୍ଯା ବୋଲି ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି , ଏ ସମ୍ପର୍କରେ ରାଇରଙ୍ଗପୁର ଗୋଷ୍ଟି ଶିକ୍ଷା ଅଧିକାରୀ କୌଣସି ଅବଗତ ନ ଥିବା ଜଣାଇଥିଲେ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *