କୃଷି,ଉଦ୍ୟାନ କୃଷି ବିଭାଗ ବିରୋଧ କଲେ ପ୍ରତିନିଧି

ଫୋକସ ପ୍ଲସ(ଚିକିଟି)୦୮/୦୯/୨୦୨୨: ଚିକିଟି ପଂଚାୟତ ସମିତି ବୈଠକ ଅନୁଷ୍ଠିତ,କୃଷି,ଉଦ୍ୟାନ କୃଷି ବିଭାଗ ବିରୋଧରେ ଗର୍ଜିଲେ ଜନ ପ୍ରତିନିଧି।
ଚିକିଟି-ଚିକିଟି ବ୍ଳକ କାhର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବୁଧବାର ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧକ୍ଷ ଆପନା ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ପ୍ରଥମେ ସ୍ବାଗତ କରାଯାଇଥିଲା। ବ୍ଲକର ପାନୀୟ ଜଳ,ଶିକ୍ଷା,କୃଷି,ଉଦ୍ୟାନ କୃଷି ,ମୃତ୍ତିକା ସଂରକ୍ଷଣ ରାଜସ୍ୱ,ବିଦ୍ୟୁତ,ଶିଶୁ ବିକାଶ, ମତ୍ସ୍ୟ, ପଶୁଧନ,ଯୋଗାଣ ଆଦି ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ କୃଷି ଓ ଉଦ୍ୟାନ ବିଭାଗର କାର୍ଯ୍ୟ ଠିକରେ ଚାଲୁନଥିବା ଓ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ନେଇ କେ ନୂଆଗାଁ ସରପଞ୍ଚ ମହେନ୍ଦ୍ର ନାଥ ପ୍ରଧାନ ଙ୍କ ସମେତ ବହୁ ପ୍ରତିନିଧି ଅଭିଯୋଗ ଆଣିଥିଲେ। ସେହିପରି ଦିର୍ଘ ବର୍ଷ ଧରି ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟା ନେଇ ସୋରଳ ସରପଞ୍ଚ ସସ୍ମିତା କୁମାରୀ ସାହୁ ଅଭିଯୋଗ କରିଥିବା ବେଳେ ସୁନାପୁର ପଞ୍ଚାୟତ ର ମତ୍ସ୍ୟଜୀବୀ ମାନଙ୍କୁ ଅବହେଳା କରାଯାଉଥିବା ନେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ବେହେରା ଓ ସମିତି ସଭ୍ୟ ଅମୁଲ୍ୟ ବେହେରା ଅଭିଯୋଗ ଆଣିଥିଲେ। ବୈଠକରେ ବିଡ଼ିଓଙ୍କ ଅନୁପସ୍ଥିତି ରେ ସହକାରୀ ଯନ୍ତ୍ରୀ ଉଦୟ ପ୍ରଧାନ ଓ ଭାରପ୍ରାପ୍ତ ଜିପିଓ ଚକ୍ରଧର ପ୍ରଧାନ ବୈଠକକୁ ପରିଚାଳନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ବିଶ୍ବ ରଞ୍ଜନ କହଁର, ବ୍ଳକ ଉପଧକ୍ଷା ବି. ରେଣୁକାଆମ୍ମା,ଜିଲ୍ଲାପରିଷଦ ସଭ୍ୟ ଏମ.ନାଗରାଜୁ,ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା.ମନୋଜ କୁମାର ପାଢୀ ,ସାଂସଦ ପ୍ରତିନିଧି ବି.କୃଷ୍ଣମୂର୍ତ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ପଂଚାୟତ ନିର୍ବାଚନ ପରେ ଏହା ପ୍ରଥମ ବୈଠକ ହୋଇଥିବାରୁ ଉପସ୍ଥିତ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

 

ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ଫୋକସ ପ୍ଳସ୍ |

Leave a Reply

Your email address will not be published. Required fields are marked *