କେଉଁ ତେଲ ଆମ ଶରୀର ପାଇଁ ଲାଭଦାୟକ?

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିତ୍ୟନ୍ତ ଆବଶ୍ୟକ । କିନ୍ତୁ ଆଜିକା ସମୟରେ ଚିନ୍ତାର କାରଣ ପାଲଟିଛି ମିଶ୍ରିତ ଖାଦ୍ୟ ପଦାର୍ଥ । ଏଥିରେ ସାମିଲ ରହିଛି ଖାଇବା ତେଲ । ବିନା ତେଲରେ କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଲ ବିଭିନ୍ନ ପ୍ରକାର ଜିନିଷରେ ପ୍ରସ୍ତୁତ କରାଯାଇଥାଏ ।

କିନ୍ତୁ କେଉଁ ତେଲ ଆମ ଶରୀର ପାଇଁ ଲାଭଦାୟକ ତାହା ଜାଣନ୍ତି କି ?

ସାଧାରଣତଃ ଆମେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ୧୦୦ ଡିଗ୍ରୀ ତାପମାତ୍ରାରେ କରିଥାଉ । କିନ୍ତୁ ଅଲିଭ ଅଏଲର ସ୍ମୋକ ପଏଣ୍ଟ ୧୭୬ ଡିଗ୍ରୀ ରହିଥାଏ । ଯଦି ଏହାକୁ ୧୭୬ ଡିଗ୍ରୀ ତାପମାତ୍ରାରୁ ଅଧିକ ଉତ୍ତପ୍ତ କରାଯାଏ, ତେବେ ଏହା ବ୍ରେକ ଡାଉନ ହେବ, ଅର୍ଥାତ ସେଥିରେ ଥିବା ସମସ୍ତ ହେଲଦି ଫ୍ୟାଟ ନଷ୍ଟ ହୋଇ ଯାଇଥାଏ । ଅଲିଭ ଅଏଲ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖିଥାଏ କ୍ଷ ତେଣୁ ଏହି ତେଲ ସ୍ବାସ୍ଥ୍ୟ ପାଇଁ ହିତକର ।

ସୋରିଷ ତେଲରେ ଅଧିକ ସାଚୁରେଟେଡ ଓ ପଲି ସାଚୁରଟେଡ଼ ଫ୍ୟାଟ ରହିଥାଏ କ୍ଷ ଯାହାକୁ ଆମେ ହେଲଦି ଫ୍ୟାଟ କହିଥାଉ । ଏହା ହାର୍ଟକୁ ସୁସ୍ଥ ରଖିଥାଏ ।
ସୂର୍ୟ୍ୟମୁଖୀ ତେଲର ସ୍ମୋକ ପଏଣ୍ଟ ୨୬୫ । ଏଥିରେ ସାଚୁରେଟେଡ ଫ୍ୟାଟ ଖୁବ କମ ରହିଥାଏ ଏବଂ ଅନ ସଚୁରେଟେଡ ଫ୍ୟାଟ ଅଧିକ ରହିଥାଏ । ଯାହାକି ହାର୍ଟକୁ ମଜବୁତ ରଖିଥାଏ । ଏହି ତେଲ ହାର୍ଟ ପାଇଁ ଉଚିତ୍ ।

ରାଶି ତେଲରେ ସ୍ମୋକ ପଏଣ୍ଟ ୨୧୦ ଡିଗ୍ରୀ । ଯାହା ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକାରୀ ।

Leave a Reply

Your email address will not be published. Required fields are marked *