କେତେ ସୁରକ୍ଷିତ ମାହାଙ୍ଗା BJP ?

ମାହାଙ୍ଗା,କଟକ13/01/2024: କ୍ଷମତା ପ୍ରଦର୍ଶନରେ ଫେଲ ମାରିଲା ଭାରତୀୟ ଜନତା ପାଟି…..!
ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚାଲିଛି ବଳ କଷାକଷି……!
ଭାଇରାଲ ହେଉଛି ଜାତୀୟ ଯୁବ ଦିବସରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ…….!
ଉଡ଼ିଲା ଚେୟାର, କର୍ମୀ ଖାଇଲେ ନିସ୍ତୁକ ମାଡ……! ବୁଝା ପଡୁନି ବିଜେପି ନେତା ଶାରଦାଙ୍କ ହିସାବ ନିକାଶ….! ଅନ୍ୟପଟରେ ମାହାଙ୍ଗାରେ ବିଜେପିର ହୋଇଗଲାଣି ସର୍ବନାଶ….!ସାଂଗଠନିକ ଦାୟିତ୍ୱରେ ଥାଇବି ହୋଇ ପାରୁନି ସଙ୍ଗଠନ ବୁଲୁ ପୁଣି କେମିତି ଲଢ଼ିବେ ଆଗାମୀ ୨୦୨୪ ନିର୍ବାଚନ….?
ଦର୍ଶକବନ୍ଧୁ ମାହାଙ୍ଗାରେ ଧୀରେ ଧୀରେ ଦୁର୍ବଳ ହେଉଛି ବିଜେପି। ନା ସଜଡ଼ା ହେଉଛି ସଙ୍ଗଠନ ନା ପୁରାତନ ନେତା ଓ କର୍ମୀଙ୍କୁ ଦିଆଯାଉଛି ସମ୍ମାନ। ଆଉ ମାତ୍ର କେଇଟା ମାସ ପରେ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ଆଞ୍ଚଳିକ ଓ ଜାତୀୟ ରାଜନୈତିକ ଦଳ ମାନେ ନିଜ ନିଜର ବଳ ପ୍ରଦର୍ଶନ କରିବାରେ ଏବେଠୁ ଲାଗି ପଡିଲେଣି। ସାରା ଓଡ଼ିଶାରେ ଯୁବକ ମାନଙ୍କୁ ନେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଆଞ୍ଚଳିକ ଦଳ ବିଜେଡ଼ି ନିଜର ବଳ ପ୍ରଦର୍ଶନ କରିଥିଲା। ଏହାର ଜବାବ ଦେବାକୁ ଯାଇ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ଯୁବ ଦିବସରେ ଯୁବକ ମାନଙ୍କୁ ଏକାଠି କରି ଯୁବ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା ଆଜି ସାରା ରାଜ୍ୟରେ ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମଟି ମାହାଙ୍ଗା ବିଜେପି ପକ୍ଷରୁ ମଧ୍ୟ ଆୟୋଜନ କରା ଯାଇଥିଲା, ହେଲେ ଆଜିର କାର୍ଯ୍ୟକ୍ରମସ୍ଥଳୀ ବର୍ଣ୍ଣନା କରୁଥିଲା ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଓରଫ ବୁଲୁ ପ୍ରଧାନଙ୍କ ନେତୃତ୍ୱରେ କେତେ ସଶକ୍ତ ଅଛି ମାହାଙ୍ଗା ବିଜେପି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଳିଆଠାରେ ଆୟୋଜିତ ଉକ୍ତ ଯୁବ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ରୀୟ ମନ୍ତ୍ରୀ ତଥା ଓଡିଶାର ଧର୍ମପଦ ବୋଲାଉଥିବା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସଭାସ୍ଥଳୀରେ ତିନି ହଜାର ଚଉକି ପଡିଥିବା ବେଳେ ଯୋଗ ଦେଇଥିଲେ ତିନି ଶହ ଯୁବ କାର୍ଯ୍ୟକର୍ତ୍ତା। ହେଲେ ଏହି ତିନି ଶହ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମାହାଙ୍ଗାରେ ବୁଲୁ ନିଜକୁ ବୋଲାଉଛନ୍ତି ଦକ୍ଷ ନେତା। କଥାରେ ଅଛି ବାପ ଯେସନ ପୁଅ ତିନି ତେଶନ। ମାହାଙ୍ଗା ବିଜେପିର ବର୍ତ୍ତମାନ ଦାୟିତ୍ୱରେ ଥିବା ନେତା ଯେମିତି ତାଙ୍କ କାର୍ଯ୍ୟକର୍ତ୍ତା ମଧ୍ୟ ସେମିତି। ଯେଉଁଭଳି ଭାବରେ ଦଳର ପୁରାତନ କର୍ମୀମାନଙ୍କୁ ନିଷ୍କ୍ରିୟ କରି ଦେଇଥିଲେ ବୁଲୁ ପ୍ରଧାନ, ସେହିଭଳି ଭାବରେ ଆଜି ତାଙ୍କ ନିଜ ଯୁବ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ତାଙ୍କ ଇଷ୍ଟଙ୍କ ସାମ୍ନାରେ ଦେଲେ ଘୋର ଅପମାନ। ଷ୍ଟେଜ ଉପରେ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାମାନେ ସଭାସ୍ଥଳୀରେ ଚେୟାର ଉଡେଇ ଗଣ୍ଡଗୋଳ କରିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଫଟୋକୁ ଧରି ତାଙ୍କ ନୀତି ଆଦର୍ଶକୁ ଭୁଲିଗଲା କି ମାହାଙ୍ଗା ବିଜେପି। ତେବେ ମୋଟା ମୋଟି ଭାବରେ ଦେଖିବାକୁ ଗଲେ ଯେମିତି କଥାରେ ଅଛି ସଖିଲୋ ମାଙ୍କଡ ହାତରେ ଶାଳଗ୍ରାମ ନଚେଇ ନଚେଇ ନବ ପ୍ରାଣ। ତେବେ ଏଠି ମାଙ୍କଡ କିଏ ଆଉ ପ୍ରାଣ କାହାର ଯିବ ତାହା ଆପଣମାନେ ନିଶ୍ଚୟ ବୁଝି ପାରୁଥିବେ।

Leave a Reply

Your email address will not be published. Required fields are marked *