କେନାଲରୁ ଉଦ୍ଧାର ହେଲା ନବଜାତ ଶିଶୁ ମୃତଦେହ

ଫୋକସ ପ୍ଲସ(ଉଦଳା)୩/୦୯/୨୦୨୨: କେନାଲରୁ ନବ ଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି..ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଥାନା ଭୀମତାଳି ପଂଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର କେନାଲ ରେ |ଭୀମତାଳି ପଂଚାୟତର ପୁରୁଣାପାଣି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ନବ ଜନ୍ମିତ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ |ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ |ସୂଚନା ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି |ତେବେ କିଏ ଏବଂ କଣ ପାଇଁ ନବ ଜନ୍ମିତ ଶିଶୁ ପୁତ୍ରକୁ ଜନ୍ମ କରି କେନାଲରେ ଫୋପାଡ଼ି ଦେଇଛି ତାହା ପ୍ରଶ୍ନବାଚୀ ଥିବାବେଳେ ପୋଲିସର ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି |

ଉଦଳା ରୁ ମାନସ ରଞ୍ଜନ ପଣ୍ଡାଙ୍କ ରିପୋର୍ଟ୍ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *