କେନାଲରେ ବୁଡି ଶିଶୁକନ୍ୟା ମୃତ

ଫୋକସ ପ୍ଲସ(କାମାକ୍ଷାନଗର): ପରିବାରର ଅସାବଧାନତା ଓ ଦାୟିତ୍ଵହିନତା ପାଇଁ ନିସ୍ପାପ ଶିଶୁ କନ୍ୟାର ଚାଲିଗଲା ଜୀବନ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରିଡାମାଳି ଗାଁ ସ୍ଥିତ ରେଙ୍ଗାଳୀ ବାମପାର୍ଶ୍ୱ କେନାଲରେ ବୁଡି ଜଣେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ଜିରିଡାମାଳି ଗାଁ କେନାଲ ସାହିର ବାପୁନ ଚମ୍ପିଆଙ୍କ ଝିଅ ସିମେଲ ଚମ୍ପିଆ । ସିମେଲ ନିଜ ସାଙ୍ଗ ମାନଙ୍କ ସହିତ କେନାଲ ପାଖରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ କେନାଲର ଜଳ ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ସିମେଲକୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

କାମାକ୍ଷାନଗରରୁ ସମଦର୍ଶୀ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *