କେନ୍ଦୁକାଠ ମାଫିଆଙ୍କ ସହ ବନବିଭାଗର ମଧୁଚନ୍ଦ୍ରିକା !

ଫୋକସ ପ୍ଲସ(ଢେ଼ଙ୍କାନାଳ): ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦୀର୍ଘ ଦିନ ହେବ ଚୋରାରେ କେନ୍ଦୁକାଠ ଚାଲାଣ କରୁଥିଲେ କାଠ ମାଫିଆ।ସେହି କାଠ ମାଫିଆଙ୍କୁ ସୁରକ୍ଷା ଦେଉଛି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବନ ବିହାରୀ ସର୍ଦ୍ଦାର ।କନ୍ଧରା ବିଟ୍ ର ଅଧିକାରୀ ସୁଧୀର ବେହେରାଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ସଫା ମନା କରିଦେଇଥିଲେ |କାଠ ମାଫିଆ ଏବଂ କନ୍ଧରା ବିଟ୍ ର ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲୁଥିବା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଞ୍ଚଳରେ ବହୁଦିନ ଧରି ବାହାର ରାଜ୍ୟକୁ କାଠ ଚୋରା ଚାଲାଣ ହେଉଥିବା ବେଳେ, ବନ ବିଭାଗର ଅଧିକାରୀମାନେ ଜାଣି ପାରିଲେନି କେମିତି ? ନା ଜାଣି ନଜାଣିବାର ଅଭିନୟରେ ଚାଲିଛି କାଠ ମାଫିଆଙ୍କ ଉତ୍ପାତ ? ଏଠାରେ କାଠ ମାଫିଆଙ୍କ ସହିତ ବନ ବିଭାଗର ଅଧିକାରୀ ମାନଙ୍କର ଭଲ ସମ୍ପର୍କ ରହିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ ଏନେଇ ବନ ବିଭାଗର ଅଧିକାରୀଙ୍କ ପାରିବା ପଣିଆକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।

କଙ୍କଡ଼ାହାଡ଼ରୁ ପ୍ରବୀଣ ନାଏକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *