କେନ୍ଦୁଝରର ମକର ପର୍ବ |

କେନ୍ଦୁଝର14/01/2024: କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ମକର ପର୍ବ । ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ମକର ଏକ ଗଣପର୍ବ ହୋଇଥିବା ବେଳେ, ସ୍ଥଳ ବିଶେଷରେ ଏହା ୩ ରୁ ୭ଦିନ ଯାଏ ପାଳିତ ହୋଇଥାଏ । ମକର ପର୍ବର ପ୍ରଥମ ଦିନରେ ବଡି ଭାର୍ ରୁ ଉଠି ଲୋକମାନେ ଘରଦ୍ବାରା ଲିପାପୋଛା କରିବା ସହିତ ଘରେ ଘରେ ପିଠାପଣା ତିଆରି କରିଛନ୍ତି । ମକର ପର୍ବରେ ଲାଖବିନ୍ଧା, ନାଚଗୀତ, ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବନ୍ଧୁବାନ୍ଧବଙ୍କ ସହିତ ପାରମ୍ପରିକ ନାଚଗୀତ କରି ପିଠାପଣା ଖାଇ ମକର ପର୍ବର ଆନନ୍ଦ ଉଠାଇବେ ଲୋକେ । ଆଜିଠାରୁ କେନ୍ଦୁରଝର ଜିଲ୍ଲାରେ ଆରମ୍ଭ ହୋଇଛି ମକର ପର୍ବ । ଏଥିପାଇଁ ଘସିପୁରା ବ୍ଲକର ଜୁଗଳକିଶୋରପୁର ଗାଁ ହୋଇ ଉଠିଛି ଚଳଚଞ୍ଚଳ । ଏଥିପାଇଁ ପୂର୍ବରୁ ଲୋକେ ନିଜ ଘରର କାନ୍ଥ ଅତି ସୁନ୍ଦର ଭାବେ ରଙ୍ଗ ଦେଇ ସଜ୍ଜିତ କରିଛନ୍ତି । ଆଜି ସକାଳୁ ଲୋକମାନେ ନିଜ ଘର ଅଗଣା ଓ ଘରଦ୍ବାର ଲିପାପୋଛା କରିଥିଲେ । ଘରେ ଘରେ ତିଆରି ହୋଇଥିଲା ପିଠାପଣା । ମକର ପର୍ବ ପାଳନ ପାଇଁ ଘରେ ଘରେ କୁଣିଆ ପହଞ୍ଚି ସାରିଲେଣି । ମକର ପର୍ବ ଆଦିବାସୀମାନେ ସ୍ଥଳବିଶେଷରେ ୩ଦିନରୁ ୭ଦିନ ଯାଏ ପାଳନ କରିଥାନ୍ତି । ପ୍ରଥମ ଦିନ ଘର ଲିପାପୋଛା, ପିଠାପଣା କରିବା ପରେ ନିଜ ପାରମ୍ପରିକ ଲୁଗାପଟା ପିନ୍ଧି ପ୍ରଭୁ ମାରାଂବୁରୁଙ୍କ ପୂଜାର୍ଚ୍ଚନା କରିଥାନ୍ତି ଲୋକେ । ଏହାପରେ, ସେମାନେ ଲାଖବିନ୍ଧା ପ୍ରତିଯୋଗିତାରେ ଯୋଗ ଦେଇଥାନ୍ତି । ଗୋଟିଏ କଦଳୀ ଗଛକୁ ତୀରରେ ବିନ୍ଧିବା ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଏ । ଏହାପରେ ସମସ୍ତେ ମିଳିମିଶି ପାରମ୍ପରିକ ନୃତ୍ୟଗୀତ କରିବା ସହିତ ଗାଁମୁଣ୍ଡ ପଡିଆରେ ଖେଳକୁଦ ପ୍ରତିଯୋଗିତାରେ ଯୋଗ ଦେଇଥାନ୍ତି । ମକର ପର୍ବରେ ଏକାଠି ହୋଇ ଆଦିବାସୀମାନେ ଖୁବ୍ ଆନନ୍ଦ ଉଠାଇଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ୭ଦିନ ଯାଏ ଚାଲିବ ମକର ପର୍ବ ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଆନନ୍ଦ ର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *