କେନ୍ଦ୍ର ସରକାରଙ୍କ ବିଶ୍ବାସଘାତକତା !

ଫୋକସ ପ୍ଲସ(ବାଲେଶ୍ୱର)୧/୦୮/ ୨୦୨୨:କୃଷକ ମାନଙ୍କ ର ଦାବି ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ବାସଘାତକତା ବିରୋଧରେ ୬୦ ନଂ ଜାତୀୟ ରାଜପଥ ଟୋଲପ୍ଲାଜା ନିକଟରେ ପୂର୍ବାହ୍ନ ଦଶ ଘଟିକାରୁ କୃଷକ ସମନ୍ୱୟ ସମିତି ଆହ୍ୱାନରେ ଚକାଜାମ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଦୀର୍ଘ ୧୧ ମାସର ଐତିହାସିକ ଆନ୍ଦୋଳନ, ୭୦୦ ରୁ ଅଧିକ ଚାଷୀ ସହୀଦ ହେଲା ପରେ ମୋଦି ସରକାର ମୁଣ୍ଡ ନୁଆଇଁ ୩ ଟି କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ଏବଂ ଅବିଳମ୍ବେ ସମସ୍ତ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ସମୟ ମଧ୍ୟରେ ଦାବି ପୂରଣ ନକରି କୃଷକ ମାନଙ୍କ ପ୍ରତି ବିଶ୍ଵାସଘାତକତା କରିଛନ୍ତି। ଏହାର ପ୍ରତିବାଦରେ କୃଷକ ସମନ୍ୱୟ ସମିତି ସାରା ଦେଶରେ ଚକାଜାମ ଆନ୍ଦୋଳନ ର ଡାକରା ଦେଇଛନ୍ତି। ତୁରନ୍ତ ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲ ର ଏମ୍.ଏସ୍.ପି ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି, ଜନବିରୋଧୀ ବିଦ୍ୟୁତ ବିଲ୍ ୨୦୨୦ ପ୍ରତ୍ୟାହାର ଏବଂ ସମସ୍ତ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍ଟି ପ୍ରତ୍ୟାହାର ସହ ଦରଦାମ ବୃଦ୍ଧି ହ୍ରାସ କରିବା ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଚାଲିଛି। ତୁରନ୍ତ କେନ୍ଦ୍ର ସରକାର ଚାଷୀମାନଙ୍କ ଏହି ଦାବି ଗୁଡ଼ିକୁ ପୂରଣ ନ କରିଲେ ଆନ୍ଦୋଳନ କୁ ବ୍ୟାପକ କରି ପୁଣି ଥରେ ସରକାର କୁ ମୁଣ୍ଡ ନୁଆଇଁ ବା ପାଇଁ ବାଧ୍ୟ କରାଯିବ ବୋଲି ଚକାଜାମ ଆନ୍ଦୋଳନ ସ୍ଥଳ ସଭାରେ ଚେତାବନୀ ଦିଆଯାଇଛି। ଦିଲ୍ଲୀପ କୁମାର ଗିରି ଙ୍କ ସଭାପତିତ୍ବ ରେ ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ପଲ୍ଟୁ ଦାସ, ଜୀବନ ପରିଡ଼ା, ଶେଖ ଅବଦୁଲ ସାଦିକ୍, ସବିତା ଭୂୟାଁ, ଚନ୍ଦନ ଶତପଥୀ, ମଦନ ମାହାଲି, ନରେନ ସିଂ, ମୀନତି ବାରିକ, ପୂର୍ଣ୍ଣ ସିଂ, ଅଜୟ ପଲାଇ, ସଂତୋଷ ଦେ, ସନାତନ ନନ୍ଦୀ, ସୁଶିଲ ମହାନ୍ତି ପ୍ରମୁଖ ନେତୃତ୍ବ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ବାଲେଶ୍ୱର ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

 

Leave a Reply

Your email address will not be published. Required fields are marked *