ଫୋକସ ପ୍ଲସ(କୋଣାର୍କ)୧୬/୦୯/୨୦୨୨: କେବେ ସରିବ ବାଲି ବସ୍ତା ବନ୍ଧ କେବେ ମିଳିବ ବେଳାମାର୍ଗ , ଅଭୟାରଣ୍ୟ ରେ ଥିବା ଜିବଜନ୍ତୁ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ସୁରକ୍ଷା।କେବେ ସରିବ ବାଲି ବନ୍ଧ ଯାହାଦ୍ଵାରା କି ସମ୍ପୂର୍ଣ ସୁରକ୍ଷା ମିଳିବ କୋଣାର୍କ ପୁରୀ ବେଳାମାର୍ଗ, ଅଭୟାରଣ୍ୟ ରେ ବସବାସ କରୁଥିବା ଜିବଜନ୍ତୁ ଙ୍କ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା। ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ।ସୂଚନା ଥାଉକି ପୁରୀ କୋଣାର୍କ ବେଳାମାର୍ଗ ମରାଇନ୍ ଡ୍ରାଇଭ୍ ରାସ୍ତା ଖାଇବାକୁ ଲାଗିଛି ବଙ୍ଗୋପସାଗର ଲଘୁଚାଜନିତ ଜନିତ ଜୁଆର। ଯାକାକୁ ନେଇ ଚିନ୍ତାରେ କୋଣାର୍କ ର ସ୍ଥାନୀୟ ଲୋକମାନେ। ଗତ ୧୧ ତାରିଖରୁ ଆଜି ପର୍ଯ୍ୟନ୍ତ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ହେବାପରେ ବି ନିଦାବିଷ୍ଣୁ ସାଜିଛନ୍ତି ଜିଲ୍ଲା ପ୍ରଶାସନ।ଗତ ୧୨ ତାରିଖରେ ଉପଜିଲ୍ଲାପାଳ ଭବତରଣ ସାହୁ ଓ ତହସିଲଦାର ଏସ୍ କେ ସାଗିରୀ ମାତ୍ର ୫ମିନିଟ ଦେଖା ମିଳିଥିଲା। ଘଟଣା ସ୍ଥଳରେ ପର ମୁହୂର୍ତ୍ତ ରେ କାହାରି ଦେଖା ମିଳୁ ନାହିଁ। ସବୁଠାରୁ ଆଶ୍ଚର୍ୟ୍ଯ ର କଥା ଜିଲ୍ଲାପାଳ ଙ୍କର ଏପର୍ଯ୍ୟନ୍ତ ଦେଖା ମିଳିଲା ନାହିଁ।ଏବେବି ଚାଲୁରହିଛି କୋଣାର୍କ ପୁରୀ ବେଳାମାର୍ଗ ର ବାଲି ବନ୍ଧର କାର୍ଯ୍ୟ।କେବେ ସରିବ ଅସ୍ଥାୟୀ ବନ୍ଧ କେବେ ଦିଆଯିବ କୋଣାର୍କ ପୁରୀ ବେଳାମାର୍ଗ ,ଅଭୟାରଣ୍ୟ ରେ ବସବାସ କରୁଥିବା ଜିବଜନ୍ତୁ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ସୁରକ୍ଷା ତାହା ନେଇ ଚିନ୍ତାରେ ପ୍ରକୃତି ପ୍ରେମୀ, ପରିବେଶ ପ୍ରମୀ ଓ ସ୍ଥାନୀୟ ବାସିନ୍ଦା।