କେବେ ତିଆରି ହେବ ଭୁସିଡି ଯାଇଥିବା ବ୍ରିଜ ?

ଫୋକସ ପ୍ଳାସ 29/3/23(ବ୍ୟୁରୋ): କୋରାପୁଟରୁ ରାୟଗଡା ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା ୫୦ ବର୍ଷ ତଳର ବ୍ରିଜଟି ଗତ ବର୍ଷ ଅଗଷ୍ଟ ମାସରେ ଭୁଶୁଡ଼ି ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ଯାହା ଫଳରେ କୋରାପୁଟରୁ ରାୟଗଡ଼ା ଯାତାୟାତ କିଛି ଦିନ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା ।କ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ପୋଲଟି ଭୁଶୁଡ଼ି ଯାଇଥିଲା।ପୋଲଟି ୧୯୭୦ ମସିହାରେ ନିର୍ମାଣ କରାଯାଇଥିଲା। ଦୀର୍ଘ ୫୦ ବର୍ଷର ପୋଲଟିକୁ ଠିକ ଭାବେ ଦେଖାରେଖା କରାଯାଇନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ ଦୈନଦିନ ଜୀବନ ଜୀବିକା ପାଇଁ ଅଞ୍ଚଳ ବାସୀ କୋରାପୁଟ ସଦରମହକୁମା ଉପରେ ନିର୍ଭର କରୁଥିବାରୁ ଯାତାୟତ ପାଇଁ ଶୀଘ୍ର ବିକଳ୍ପ ବ୍ୟବସ୍ଥା ସହ ନୂତନ ପୋଲଟିଏ ନିର୍ମାଣ କରିବା ଦାବି କରିଥିଲେ। ଆଜି ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ହୋଇ ନାହିଁ । ଭାଙ୍ଗି ଯାଇଥିବା ବ୍ରିଜ ପାର୍ଶ୍ଵରେ ରେ ଯାତାୟାତ ନିମନ୍ତେ ଏକ ଛୋଟ ବ୍ରିଜ ଟି ନିର୍ମାଣ କରାଯାଇଛି । ଅଳ୍ପ ବର୍ଷା ଆସିଲେ ବ୍ରିଜ ଉପର ଦେଇ ପାଣି ପ୍ରବାହିତ ହେଉଥିବା ଯାତ୍ରୀ ମାନେ ମତ ପ୍ରକାଶ କରିଛନ୍ତି । ତିନି ମାସ ପରେ ବର୍ଷା ଋତୁ ଆଗମନ ଥିବା ବେଳେ ସେହି ବ୍ରିଜ ଦେଇ ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀ କିପିରି ଯାତାୟାତ କରି ପରିବାର କୁ ପ୍ରତି ପୋଷଣ କରିବୁ ସେ ଚିନ୍ତାରେ କାରଣ କୋରାପୁଟ ସହର କୁ ଗଲେ ହି ଦୁଇ ପଇସା ରୋଜଗାର କରିପାରନ୍ତି ସେହି ଅଞ୍ଚଳ ବାସୀ । ଜିଲ୍ଲା ପ୍ରଶାସନ ର ପ୍ରତିଶ୍ରୁତି ପାଣି ରେ ଗାଁର କି ବୋଲି ପ୍ରଶ୍ନ କରିଛନ୍ତି ପଥଚାରି ମାନେ । ଦେଖିବାକୁ ବାକି ରହିଲା ବଙ୍ଗଳଗୁଡା ବ୍ରିଜ ଟି ନିର୍ମାଣ କେବେ ହବ ।

Leave a Reply

Your email address will not be published. Required fields are marked *