ଫୋକସ ପ୍ଲସ(ହାଟଡ଼ିହି)୨୮/୦୮/୨୦୨୨: ହାଟଡ଼ିହି ଶିକ୍ଷାବିଭାଗ ଅଧିନସ୍ଥ ଜାଗୁଳାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ତରଭା ର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ଆରତ ଜେନାଙ୍କ ନାମରେ ଚାରିଦିନ ହେବ ଅଭିଯୋଗ କରି ବିଦ୍ୟାଳୟରେ ତାଲା ପକାଇ ବା ଘଟଣା ରେ ମଦୁଆ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୁନ। ଶିକ୍ଷକ ଆରତ ଜେନା ସବୁବେଳେ ବିଦ୍ୟାଳୟକୁ ବିଳମ୍ବରରେ ଆସୁଥିବା ସହ,ମଦ୍ୟପାନ କରି ବିଦ୍ୟାଳୟ କୁ ଆସିବା , ଛାତ୍ରଛାତ୍ରୀମାନଙ୍କୁ ଅଶୀଳ ଭିଡ଼ିଓ ଦେଖାଇବା ଓ ଅଙ୍ଗନବାଡି ଦିଦିଙ୍କ ପାଖରୁ ଅଣ୍ଡା ଖାଇବା ଘଟଣା ଛାତ୍ରାଛାତ୍ରୀ ଓ ଅଭିଭାକମାନେ ଲିଖିତ ଅଭିଯୋଗ କରିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା।ହେଲେ ଏପର୍ଯ୍ୟନ୍ତ କୋୖଣସି ତଦନ୍ତ ନକରି ନିଘୋଡ଼ ନିଦ୍ରାରେ ଶିକ୍ଷାବିଭାଗ।ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛି ଶିକ୍ଷାବିଭାଗ। ମନ୍ଦିରରେ ଠାକୁର ନ ରହିବା ଯାହା, ଶିକ୍ଷାବିଭାଗରେ ବିଇଓ ନ ରହିବା ତାହା।ବିଇଓ ନଥିବା ବେଳେ ଏହି ଘଟଣାକୁ ଚପେଇଦବା ପାଇଁ ଜୈନିକ ମୁନାଫାଖୋର ଏବିଇଓ ପ୍ରୟାସ କରୁଥିବା ଘଟଣା ଶିକ୍ଷାବିତ ଓ ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏହି ଗୋଟେମାସ ଭିତରେ ଦୁଇଜଣ ରସିକିଆ ଶିକ୍ଷକ ପ୍ରେମ ପାଠ ପଢାଇ ନିଲମ୍ବିତ ହୋଇଥିବା ବେଳେ ଦେଖିବାକୁ ବାକି ରହିଲା କେବେ ନୀଲମ୍ବିତ ହେଉଛନ୍ତି ମଦ୍ୟପାନ କରି ଅଙ୍ଗନବାଡି ଅଣ୍ଡା ଖାଇ ଅଶ୍ଳୀଳ ଭିଡ଼ିଓ ଛାତ୍ରାଛତ୍ରୀଙ୍କୁ ଦେଖାଉଥିବା ରସିକିଆ ଶିକ୍ଷକ ଆରତ ଜେନା।