କେବେ ଫିଟିବ କିଶୋରଙ୍କର ଏ ଶିକୁଳି

ଫୋକସ ପ୍ଲସ 23/5/22(ସୁବର୍ଣ୍ଣପୁର): ଶିକୁଳିରେ ବନ୍ଧା ଜୀବନ ମଣିଷ ଜୀବନରେ କାହା ପାଖକୁ କେଉଁ ସମୟରେ କିପରି ଭାବରେ ବିପଦ ମାଡିଆସେ ଥାଏ କେହି ଜାଣିନାହାନ୍ତି । ସାଧାରଣ ମଣିଷ ଭାବରେ ଜିଉଁଥିବା ଜଣେ ଯୁବକ ବିବାହ କଲେ, ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହେଲା, ସୁଖ ଦୁଃଖରେ ଦିନ କାଟୁଥିଲେ, ବିପଦ ଆସିଲେ କେଉଁ ବାଟ ଦେଇ ଆସେ ସେକଥା କାହାକୁ ବି ଜଣାନଥାଏ ଠିକ୍ ସେମିତି ହଠାତ କଣହେଲା କେଜାଣେ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇବସିଲେ କିଶୋର ବିନ୍ଧାଣୀ । ହାତରେ ଗୋଡ଼ରେ ଶିକୁଳି ବନ୍ଧାହେଲା, ମାସେ ନୁହେଁ କି ବର୍ଷେନୁହେଁ ଦୀର୍ଘ ସାତ ବର୍ଷହେଲା ଶୀକୁଳି ବନ୍ଧା ହୋଇ ଜୀବନ କାଟୁଛନ୍ତି ମାନସିକ ବିକୃତ ଯୁବକ କିଶୋର ବିନ୍ଧାଣି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଖାରି ପଂଚାୟତ ଉପରଫବସୀ ଗାଁର ସର୍ଗତ ଦାମୋଦର ବିନ୍ଧାଣି ଙ୍କ ପୁଅ କିଶୋର ବିନ୍ଧାଣି ଙ୍କ କଥା । ଇଏ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖାରୀ ପଂଚାୟତ ଉପରଫବସି ଗାଁର କିଶୋର ବିନ୍ଧାଣୀ । ବୟସ ମାତ୍ର 35 । ରୋଜଗାର କରି ଘର ଚଳାଇବା ସମୟରେ ହାତ ଓ ଗୋଡରେ ପଡିଛି ଶିକୂଳୀ । ଖରା ବର୍ଷା ଶିତ ସବୁ ଦିନ ଘରର ଚାରି କାନ୍ଥ ଭିତରେ ଜୀବନ ବିତୁଛି। ପରିବାର କହିଲେ ସ୍ତ୍ରୀ, ଦୁଇ କୁନି ପୁଅ ଓ ବିଧବା ବୁଢୀ ମାଁ । ସ୍ତ୍ରୀ ଫିଡ୍ସି ରୋଗରେ ଆକ୍ରାନ୍ତ ଥିବା ବେଳେ ବୁଢୀ ମାଁ ଭରସାରେ ଚାଲିଛି ସଂସାର । ଆଗରୁ କିଶୋର ଠିକ୍ ଠାକ୍ ଥିଲେ , ମୂଲ ଲାଗି ପରିବାରକୁ ସୁରଖୁରରେ ଚଳାଇ ନେଉଥିଲେ । ହେଲେ ଗତ ସାତ ବର୍ଷ ତଳେ ହଠାତ୍ ମାନସିକ ବିକୃତ ରୋଗର ଲକ୍ଷଣ ଦେଖାଗଲା । କିଶୋରଙ୍କ ପାଗଳାମୀ ଧିରେ ଧିରେ ଏମିତି ବୃଦ୍ଧି ପାଇଲା ଯେ ସେ ଯାହାକୁ ଦେଖିଲେ ବାଡେଇଲେ , ଘରୁ ବାହାରି ଯାଇ ସାହି ପଡିଶା ଲୋକଙ୍କୁ ମାଡଧଡ କଲେ । ଘରେ ଥିବା ସମସ୍ତ ଆସବାପତ୍ର ସବୁ ଫିଙ୍ଗା ଫିଙ୍ଗି କଲେ ଫଳରେ ବାଧ୍ୟହୋଇ ଘରଲୋକ କିଶୋରଙ୍କ ଗୋଡରେ ଓ ହାତରେ ଶିକୁଳି ବାନ୍ଧିବା ପାଇଁ ବାଧ୍ୟ ହେଲେ । ବିଧବା ବୁଢୀ ମାଁ ଉପରେ ଏବେ ପରିବାରର ସମସ୍ତ ବୋଝ ଥିବା ବେଳେ ଘରେ ଯାହା ଥିଲା ଟଙ୍କା ପଇସା ସବୁ ସାରି ଏବେ ସରକାରୀ ସହାୟତାକୁ ଅପେକ୍ଷାରେ କରିଛନ୍ତି ।ଗତ ସାତ ବର୍ଷ ତଳେ କିଶୋରଙ୍କ ମାନସିକ ବିକୃତ ଲକ୍ଷଣ ଦେଖି ତାଙ୍କ ମାଁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଲେ । ଅବସ୍ଥା ଠିକ୍ ନ ହେବାରୁ ପୁଣି ବଲାଙ୍ଗୀର, ବୁର୍ଲା, କଟକ ଆଦି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଲେ । ହେଲେ କୋଉଠି ବି କିଶୋରଙ୍କ ଅବସ୍ଥା ସୁଧୁରି ପାରିଲା ନାହିଁ । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା କିଶୋରଙ୍କ ମାଁ ଘରେ ଯାହା ଥିଲା ସବୁ ବିକି ଭାଞ୍ଜି ତଥା ସାହି ପଡିଶା ଓ ତାଙ୍କର ବନ୍ଧୁ ବାନ୍ଧବା ସହଯୋଗରେ ଯେତିକି ପାରିଲେ ଚିକିତ୍ସା କରାଇଲେ । ସେପଟେ ରୋଗାଗ୍ରାସ୍ତ କିଶୋରଙ୍କ ସ୍ତ୍ରୀକୁ ମଧ୍ୟ ଚିକିତ୍ସା କରାଇ ତଥା ଦୁଇ କୁନି ପୁଅଙ୍କ ଲାଲଣ ପାଳନରେ ନିୟାନ୍ତ ହୋଇ ପଡିଛନ୍ତି କିଶୋରଙ୍କ ବିଧବା ବୁଢୀ ମାଁ । କିଶୋରଙ୍କୁ ଅଧିକ ଚିକିତ୍ସା ମିଳିଳେ ଭଲ ହୋଇ ଯିବାର ଆଶା ନେଇ ମାଁ , ସ୍ତ୍ରୀ ତଥା ଗ୍ରାମବାସୀ ସରକାରୀ ସହାୟତା ଭିକ୍ଷା କରିଛନ୍ତି । ଅପରପକ୍ଷରେ ଆପଣଙ୍କ ପାଖରୁ ପ୍ରଥମେ ଖବର ପାଇ କିଶୋରଙ୍କ ଉଚ୍ଚ ଚିକିତ୍ସା ପାଇଁ ସରକାରଙ୍କ ଯାହା ବିଧି ବ୍ୟବସ୍ଥା ଅଛି ତାହା କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ କିଶୋରଙ୍କ ପରିବାର ପାଇଁ ଏହା ସାତସପନ । କିଶୋରଙ୍କ ଗୋଡ ଓ ହାତରେ ଶିକୂଳୀ ପଡିବା ଏହା ଜିଲ୍ଲାର ପ୍ରଶାସନୀକ ଅଧିକାରୀଙ୍କ ପାରିବା ପଣିଆ ଉପରେ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି ନିଶ୍ଚୟ ।

Leave a Reply

Your email address will not be published. Required fields are marked *