କେବେ ସରିବ ନଦୀ ସେତୁ

ଫୋକସ ପ୍ଲସ(ବାଲିଆପାଳ)୧୩/୦୮/୨୦୨୨: ବାଲେଶ୍ଵର ଜିଲ୍ଲା ସିଂ ଲା ଥାନା ଅନ୍ତର୍ଗତ ଆଳୁ ମେଦା ଗ୍ରାମର ସାନ୍ତ ଘାଟ ନିକଟ ଡୁବ୍ ଡୁବି ନଦୀରେ ନିର୍ମାଣ ହେଉଥିବା ସେତୁ କେବେ ସମ୍ପୂର୍ଣ୍ଣ ହେବ ତାକୁ ଚାହିଁ ବସିଛନ୍ତି ଅଞ୍ଚଳ ବାସୀ । ଗତ ଦୁଇ ବର୍ଷ ଧରି ମନ୍ଥର ଗତିରେ ସେତୁ କାର୍ଯ୍ୟ ଚାଲୁଥିବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଦୁଇ ବର୍ଷ ତଳେ ସାନ୍ତ ଘାଟରେ ପରେ ଠିକାଦାର ସଞ୍ଜୟ ଖୁଣ୍ଟିଆ ପୋଲ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ଉଠି ଥିବା ପିଲ ଲର୍ ଟି ତ୍ରୁଟି ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଡବି ଯାଉଥିଲା । ସେହି ପିଲ୍ ଲର କୁ ସିଧା କରିବା ପାଇଁ ଲାଗିଲା ଡେ ଡେଢ଼ ବର୍ଷ ପୋଲ କାର୍ଯ୍ୟ ୩ ବର୍ଷ ଭିତରେ ଶେଷ କରିବା ପାଇଁ ଚୁକ୍ତି ନାମା କରାଯାଇଥିଲା । ବେଳେ ୧୦ ପ୍ରତିଶତ ମଧ୍ୟ କାର୍ଯ୍ୟ ହୋଇନାହିଁ । ଆଉ ଏକ ବର୍ଷରେ କେମିତି ସରିବ ସେ ନେଇ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।
ବାଲେଶ୍ବର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟ ରେ ନିର୍ମାଣାଧୀନ ଏହି ପୋଲ କୁ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଠିକା ଦାର ଏଥି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି ଆଳୁ ମେଦ। ପଞ୍ଚାୟତ ମଝିରେ ଯାଉଛି ଏହି ନଦୀ ।ଏବେ ଯାତାୟାତ ପାଇଁ ପଞ୍ଚାୟତ ତରଫରୁ ଫେରି ଘାଟ ନିଲାମ ଦିଆଯାଇଛି । ଏହା ବାଲେଶ୍ୱର ସହର ସଦର ମହୁକୁମା କୁ ଯାତାୟାତ ପାଇଁ ମୁଖ୍ୟ ରାସ୍ତା ଆଳୁ ମେ ଦା ବ୍ୟତୀତ ସାର୍ଥ। , କଷାଫଳ , ସାଉଡି , ବଲଙ୍ଗ , ପଞ୍ଚୁ ପାଲି ଆଦି ପଞ୍ଚାୟତ ର ହଜାର ହଜାର ଲୋକ ଡୁଵ ଡୁ ବି ନଦୀ ପାର ହୋଇ ଯାଆନ୍ତି । ଶୀଘ୍ର ସାରିବାକୁ ଏଠି ଠିକାଦାର ଖାମ୍ ଖିଆଲି ନୀତି ଯୋଗୁଁ ପୋଲ କାମ ବିଳମ୍ବରେ ହେଉଥିବାରୁ ଲୋକ ମାନେ ବିପଦ ସଙ୍କୁଳ ଭାବେ ଡଙ୍ଗାରେ ଯା ଆସ କରୁଛନ୍ତି। ଏଭଳି ପରିସ୍ଥିତିରେ ପୋଲ କାମ ଶୀଘ୍ର ସାରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି । ଏବାବଦରେ ଠିକାଦାର ଙ୍କ କୌଣସି ପ୍ରତିକିୟା ମିଳିପାରିନାହିଁ ।

ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *