କେମିତି ଚିହ୍ନିବେ ନକଲି ନୋଟ?

ଫୋକସ ପ୍ଲସ 12/4/23(ବ୍ୟୁରୋ): ଅସଲି ନୋଟ୍‌ ଓ ନକଲି ନୋଟ୍‌ ମଧ୍ୟରେ ଗାନ୍ଧୀଜୀଙ୍କ ଛବିରେ ପାର୍ଥକ୍ୟ ଦେଖିବାକୁ ପାଇବେ । ଅସଲି ନୋଟ୍‌ରେ ଗାନ୍ଧୀଜୀଙ୍କ ଫଟୋ ମଧ୍ୟରେ ହାଲ୍‌କା ୱାଟରମାର୍କ ରହିଥିବ । ହେଲେ ନକଲି ନୋଟରେ ୱାଟରମାର୍କ ସମାନ୍ୟ ଗାଢ଼ା ଦେଖାଯିବ । କାରଣ ନକଲି ନୋଟ୍‌ ପ୍ରସ୍ତୁତକାରୀମାନେ ନୋଟ୍‌ ତିଆରି ବେଳେ କିଛି ମୋଟା ତେଲ ପରି ଜିନିଷ ବ୍ୟବହାର କରିଥା’ନ୍ତି ।

ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ଦେଖାଦେବ

ଭାରତୀୟ ନୋଟରେ ରହିଥିବା ସଂଖ୍ୟାଗୁଡ଼ିକ ଗୋଟିଏ ଧରଣର ଦେଖିବାକୁ ପାଇବେ । ହେଲେ ନକଲି ନୋଟରେ ଏହା ସାମାନ୍ୟ ପାର୍ଥକ୍ୟ ଦେଖାଦେବ । ଯେପରିକି, ଲେଖାରହିଥିବା ସଂଖ୍ୟାର ଚିତ୍ର ଗୁଡ଼ିକରେ ସମାନ୍ୟ ଫରକ ରହିଥିବ ଏବଂ ସଂଖ୍ୟା ଗୁଡ଼ିକରେ କିଛି ଦୂରତା ଦେଖିବାକୁ ପାଇବେ ।

ଇଙ୍କ୍‌ ଯାଞ୍ଚ କରନ୍ତୁ

ନକଲି ନୋଟ୍‌ରେ ବ୍ୟବହାର ହୋଇଥିବା ଇଙ୍କ୍‌ରୁ ମଧ୍ୟ ଆପଣ ନକଲି ନୋଟ୍‌କୁ ସହଜରେ ଜାଣିପାରିବେ । ନକଲି ନୋଟରେ ଥିବା ଇଙ୍କ୍‌ ସାଧାରଣତଃ ଭିନ୍ନ ରହିଥିବା ଦେଖିବାକୁ ମିଳିବ । ଏହା ଖଣ୍ଡ ଖଣ୍ଡ ରେଖା ସଦୃଶ ଦେଖାଦେବ ।
RBI ଲୋଗ ଦେଖି ଜାଣିପାରିବେ
ନକଲି ନୋଟ୍‌ରେ RBIର ଲୋଗୋ ବା ଟାଇପୋଗ୍ରାଫିକୁ ଦେଖନ୍ତୁ । ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଲେଖାର ଟାଇପୋଗ୍ରାଫି ଯାଞ୍ଚ କରନ୍ତୁ । ଏହି ଲେଖା ନକଲି ନୋଟରେ ମୋଟା ଦେଖାଯିବା ସହ ଚିକ୍କଣ ମଧ୍ୟ ଦେଖାଯାଇଥାଏ ।
ସୁରକ୍ଷା ସୂତା ବା ସିକୁରିଟି ଥ୍ରେଡ୍
ନୋଟ୍ ମଝିରେ ଥିବା ଏହି ସୂତା ନକଲି ନୋଟ୍‌ରେ ଅଙ୍କା ହୋଇଥିବା ଏକ ଗାର ଭଳି ଦେଖାଯିବ। କିନ୍ତୁ ଅସଲି ନୋଟ୍‌ରେ ଏହା ଉପରକୁ ସ୍ପଷ୍ଟ ଜଣାଯିବ। ଏଥିରୁ ମଧ୍ୟ ଆପଣ ଟଙ୍କା ଅସଲି କି ନକଲି ଜାଣିପାରିବେ।

Leave a Reply

Your email address will not be published. Required fields are marked *