କେମିତି କରିବେ କଫର ଚିକିତ୍ସା

ଫୋକସ ପ୍ଲସ 19/2/23( ବ୍ୟୁରୋ): ସାଧାରଣତଃ ଅଧିକ ଥଣ୍ଡା ବା କାଶ ହେବା ଦ୍ୱାରା ଶରୀରରେ କଫ ଉତ୍ପନ୍ନ ହୋଇଥାଏ ବା କଫ ପଡିଥାଏ । କିନ୍ତୁ ଶରୀରରେ ଏହି କଫ ଉତ୍ପନ୍ନ ହେବାର ଅନେକ କାରଣ ରହିଛି । ଏହାସହ ଶରୀରରୁ କଫକୁ ବାହାର କରିବା ପାଇଁ ବା ନଷ୍ଟ କରିବା ପାଇଁ ଘରୋଇ ଉପଚାର ସହ ଡାକ୍ତରୀ ଚିକିତ୍ସା ମଧ୍ୟ ରହିଛି । ତେବେ ପ୍ରଥମତଃ ଆମେ ଜାଣିବା ଉଚିତ ଯେ, କଫ କ’ଣ । କଫର ଆକ୍ଷରିକ ଅର୍ଥ ହେଉଛି କାଶ । ଆମେମାନେ ସାଧାରଣତଃ କଫ ଓ କାଶକୁ ଅଲଗା ବୋଲି ଭାବିଥାଉ । କିନ୍ତୁ ଏହି ଦୁଇଟି ଏକା ହିଁ ହୋଇଥାନ୍ତି । ତେବେ ଶରୀରରେ କଫ ସୃଷ୍ଟି ହେବାର ଅନେକ କାରଣ ହୋଇପାରେ । ଆମ ଶ୍ୱାସନଳୀରେ ଯଦି କିଛି ରିଆକ୍ସନ ହୋଇଥାଏ, ତ ଏହାଦ୍ୱାରା କାଶ ହୋଇଥାଏ ଏବଂ କଫ ମଧ୍ୟ ସୃଷ୍ଟି ହୋଇଥାଏ ।

ସେହିପରି ଯଦି ଆମେ ଖାଇବାବେଳେ ବା ପାଣି ପିଇବା ସମୟରେ କିଛି ଖାଦ୍ୟ ବା ପାଣି ଆମ ଶ୍ୱାସନଳୀ ଭିତରକୁ ଚାଲିଯାଏ, ତେବେ ଆମର କାଶ ହୋଇଥାଏ । ଶ୍ୱାସନଳୀ ଭିତରକୁ ଖାଦ୍ୟ ବା ପାଣି ଯିବାଦ୍ୱାରା ଆମର ଜୀବନ ବି ଯାଇପାରେ । ତେଣୁ କାଶ ହେବାଦ୍ୱାରା ଆମ ଶ୍ୱାସନଳୀରୁ ଖାଦ୍ୟ ଆଦି ପଦାର୍ଥ ବାହାରି ଯାଇଥାଏ । ତେଣୁ କାଶ ଆମ ଶରୀରର ଏକ ରୋଗ ପ୍ରତିରୋଧକ କାର୍ଯ୍ୟକଳାପ । ଏହାଦ୍ୱାରା ଆମ ଶ୍ୱାସଳୀ ପରିଷ୍କାର ହୋଇଥାଏ ।

ଯେତେବେଳେ ଆମ ଶରୀରର ଆଭ୍ୟନ୍ତରୀଣ ଅଂଶରେ କିଛି ବି ଇନଫେକ୍ସନ ହୋଇଥାଏ, ସେତେବେଳେ ଆମ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି ଆକ୍ଟିଭେଟ ହୋଇଥାଏ । ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ସେଲ ଯଥା- ମୋନୋସାଇଡ, ଲିମ୍ଫୋସାଇଡ ଆଦି ସେଲଗୁଡିକ ସେହି ଇନଫେକ୍ସନ ସୃଷ୍ଟି କରୁଥିବା ଭାଇରସ ଓ ବ୍ୟାକ୍ଟେରିଆ ସହ ଲଢେଇ କରିବା ଦ୍ୱାରା ଶରୀରରେ କଫ ସୃଷ୍ଟି ହୋଇଥାଏ । ଆଉ ସେହି କଫ ଆମ ପାଟି ବାଟ ଦେଇ ବାହାରକୁ ଆସିଥାଏ । ଦୈନନ୍ଦିନ ଜୀବନରେ ଏଭଳି କଫ ସୃଷ୍ଟି ହେବା କୌଣସି ଚିନ୍ତାର ବିଷୟ ନୁହେଁ ।

ଏହାଦ୍ୱାରା ଆମର ଶ୍ୱାସନଳୀ ପରିଷ୍କାର ହେବା ସହ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କାର୍ଯ୍ୟକ୍ଷମ ହୋଇଥାଏ । କିନ୍ତୁ ଯେତେବେଳେ ଏହି କଫର ପରିମାଣ ବଢିଯାଏ ସେତେବେଳେ ଏହାକୁ ନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏବେ ଆସନ୍ତୁ ଜାଣିବା ଶରୀରରେ କଫର ପରିମାଣକୁ କିପରି କମ କରିବା ବା ଶରୀରରୁ କଫକୁ କିପରି ନଷ୍ଟ କରିବା । ତେବେ ଦୈନନ୍ଦିନ ଜୀବନରେ ଅଳ୍ପ କାଶ ଏବଂ କଫ ଶରୀରର କୌଣସି ହାନି ଘଟାଇନଥାଏ । କିନ୍ତୁ ଏହାର ପରିମାଣ ବଢିଗଲେ ଏହା ଟିବି ଭଳି ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ତେଣୁ ଏହାକୁ ଗମ୍ଭୀରତର ସହ ନେବା ଉଚିତ ଏବଂ ଡାକ୍ତରଙ୍କ ପରାମଶ ର୍ ନେବା ଉଚିତ । ସେହିପରି ଶରୀରରେ କଫର ପରିମାଣ ବଢି ଯାଇଥିଲେ ଖାଦ୍ୟରେ ଅଦାର ପରିମାଣ ବଢାଇବା ଉଚିତ ।

ଏହାସହ ଖାଦ୍ୟରେ ହଳଦୀ ମଧ୍ୟ ଅଧିକ ପରିମାଣରେ ସେବନ କରିବା ଉଚିତ । କାରଣ ହଳଦୀ ଏବଂ ଅଦା ଉଭୟ ରୋଗପ୍ରତିରୋଧକ ଭାବେ ପରିଚିତ । ଏହାସହ ଯେତେବେଳ କଫର ପରିମାଣ ବଢିଯାଏ ସେତେବେଳେ ଏହାକୁ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇଦେବା ଉଚିତ । କଫ ସାଧାରଣତଃ ଦୁଇଟି କାରଣରୁ ହୋଇଥାଏ । ପ୍ରଥମତଃ ଅତ୍ୟଧିକ ଥଣ୍ଡା ବା କାଶ କାରଣରୁ । ଦ୍ୱିତୀୟତଃ ଅତ୍ୟଧିକ ଏସିଡିଟି ବା ଗ୍ୟାସ କାରଣରୁ ମଧ୍ୟ ଶରୀରରେ କଫର ପରିମାଣ ବୃଦ୍ଧି ପାଇଥାଏ । ତେଣୁ କଫ ପରୀକ୍ଷା କରିବାଦ୍ୱାରା ଡାକ୍ତରମାନେ ଏଥିରୁ ସ୍ପଷ୍ଟ ହୋଇ ଯାଆନ୍ତି ଯେ, ଏହା ଥଣ୍ଡା କାରଣରୁ ହୋଇଛି ବା ଅତ୍ୟଧିକ ଏସିଡିଟି କାରଣରୁ । ଏହାପରେ ଆମକୁ ଏହି କଫର ତୁରନ୍ତ ଡାକ୍ତରୀ ଚିକିତ୍ସା ଆରମ୍ଭ କରିବା ଉଚିତ । ତେବେ ଶରୀରରେ ଅତ୍ୟଧିକ କଫକୁ ରୋକିବା ପାଇଁ କେତେକ ସାବଧାନତା ଅବଲମ୍ବନ କରିବା ଉଚିତ । ଯେପରିକି ଠିକ ସମୟରେ ଶୋଇବା ଉଚିତ, ରାତ୍ରିଭୋଜନ ଶୋଇବାର ଦୁଇଘଂଟା ପୂର୍ବରୁ କରିନେବା ଉଚିତ, ସକାଳୁ ଶୀଘ୍ର ଉଠିବା ଉଚିତ, ପ୍ରତିଦିନ ଯୋଗ, ପ୍ରାଣାୟମ ଆଦି କରିବା ଉଚିତ, ତୈଳଯୁକ୍ତ ଖାଦ୍ୟକୁ ବର୍ଜନ କରିବା ଉଚିତ ଏବଂ ଧୁମ୍ରପାନରୁ ଦୂରରେ ରହିବା ଉଚିତ । ଏହିସବୁ ଉପାୟ ଆପଣେଇବା ସହ ସୁସ୍ଥ ଜୀବନଶୈଳୀ ବଂଚିବା ଦ୍ୱାରା ଆମ ଶରୀରରେ କଫର ପରିମାଣ କମ ହୋଇଥାଏ ।

Leave a Reply

Your email address will not be published. Required fields are marked *