ଫୋକସ ପ୍ଲସ (ଗଞ୍ଜାମ)୨୦/୦୬/୨୨ : ସରକାର ଗ୍ରାମାଞ୍ଚଳ ସ୍ତରରେ ଯୋଜନାର ସଠିକ ରୂପାୟନ ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରି ଆସୁଛନ୍ତି। ରାଜ୍ୟ ସରକାରଙ୍କ ୫ଟି ରେ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ବଳି ପଡିଲେନି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତ ଗୋବା ଗ୍ରାମର ଆଦର୍ଶ ପୋଖରୀ ନିର୍ମାଣରେ। ୨୦୨୧-୨୨ ଆର୍ଥିକ ବର୍ଷରେ ଗୋବା ବଡବନ୍ଧ ଆଦର୍ଶ ପୋଖରୀ ନିର୍ମାଣ ପାଇଁ ମନରେଗା ଯୋଜନାରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା, ହେଲେ ପୋଖରୀ ନିର୍ମାଣ କାମ ଆଳରେ ବର୍ଷେ ହେଲା ଲେବର ପେମେଣ୍ଟ ବାବଦରେ 72 ହଜାର ଟଙ୍କା ଠିକାଦାର ଆତ୍ମସାତ କରିଦେଇଥିବା ଜଣାପଡ଼ିଛି। ସେଠାରେ କୈାଣସି ସୂଚନା ଫଳକ କି କୈାଣସି ତଥ୍ୟ ନଥାଇ କିଛି ବି କାମ ନ ହୋଇ କିପରି 72 ହଜାର ଟଙ୍କା ଲେବର ପେମେଣ୍ଟ କରାଯାଇଛି ଏନେଇ ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ପୋଖରୀ ନିର୍ମାଣ ନାଁରେ ଶୁଖାଇ ରଖିଥିବା ଯୋଗୁଁ ସାଧାରଣ ଲୋକଙ୍କ ବ୍ୟବହାର ଆସୁ ନଥାଏ। ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶେଷରେ ଗ୍ରାମର ଯୁବକମାନେ ମିଳିମିଶି ପୋଖରୀରେ ଥିବା ଦଳକୁ ସଫା କରିଛନ୍ତି। ହେଲେ ସରକାରୀ ଟଙ୍କା ଆତ୍ମସାତ କରିଥିବା ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଛତ୍ରପୁର ତହସିଲଦାର ଭାରପ୍ରାପ୍ତ ବିଡ଼ିଓ ଦାୟିତ୍ୱରେ ରହିଛନ୍ତି l ତାଙ୍କ ପ୍ରତିକ୍ରିୟା ନେବାରୁ କ୍ୟାମେରା ସାମ୍ନାରେ ବାଇଟ୍ ଦେବାକୁ ମନା କରିଥିଲେ କିନ୍ତୁ ନିଜ ପ୍ରତିକ୍ରିୟାରେ କହିଥିଲେ ଏହି ଘଟଣାର ତଦନ୍ତ କରାଯାଇ ,ତାହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ l ଏନେଇ ପଞ୍ଚାୟତ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ପଚାରିବାରୁ ସେ କହିଛନ୍ତି ସେଠାରେ କାମ ହୋଇଛି ,ସେ କାମ ଅନୁସାରେ ବିଲ୍ ହୋଇଛି l
ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ରବୀନ୍ଦ୍ର ନାହାକ ଙ୍କ ରିପୋର୍ଟ ଫୋକସ ପ୍ଲସ |