କୋଇଡା ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ

ଫୋକସ ପ୍ଲସ (କୋଇଡା) ୨୧/୦୬/୨୦୨୨ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଜଙ୍ଗଲୀ ହାତୀଙ୍କ ଉତ୍ପାତ । ଏହାର ପ୍ରମୁଖ କାରଣ କୋଇଡା ଅଞ୍ଚଳରେ ଦିନକୁ ଦିନ ନୂଆ ନୂଆ ଲୌହ ଖଣି ଖୋଲୁ ଥିବାରୁ ଜଙ୍ଗଲରେ ଥିବା ବହୁ ପୁରାତନ ଗଛ ଗୁଡିକୁ କାଟି ସଫା କରାଯାଉଥିବା ବେଳେ ଜଙ୍ଗଲରେ ବସବାସ କରୁଥିବା ଜଙ୍ଗଲ ଯନ୍ତୁ ଏବେ ଗାଁ ମୁଁହା ହେଉଛନ୍ତି । ଯାହାର ଫଳ ଦେଖିବାକୁ ମିଳିଛି କୋଇଡା ବ୍ଲକ ପଟାମୁଣ୍ଡା ପଞ୍ଚାୟତର ସାନପାଟୁଳି ଗ୍ରାମରେ । ଏଠାରେ ବସବାସ କରନ୍ତି ନିରଞ୍ଜନ ନାଏକ, ସ୍ତ୍ରୀ ବାସ ନାଏକ ଓ ଶଳା ମହାବୀର ସିଂ । ପରିବାରର ୩ଜଣ ସଦସ୍ୟ ରାତିରେ ଖାଇସାରି ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଗ୍ରାମକୁ ପ୍ରବେଶ କରି ନିରଞ୍ଜନଙ୍କ ଘର ଭାଙ୍ଗିଥିଲା । ପରିବାରର ନିଦ ଭାଙ୍ଗି ଯିବାରୁ ସେମାନେ ଏକ ଦନ୍ତା ହାତୀ ଘର ଭାଙ୍ଗୁଥିବା ଦେଖି ଜୀବନ ବଞ୍ଚାଇବାକୁ ୩ଜଣ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଭାଇ ମହାବୀର ହାତୀ ହାବୁଡ଼ରେ ପଡି ଯିବା ଦେଖି ଭଉଣୀ ବାସ ଚିତ୍କାର କରିବାରୁ ଦନ୍ତା ହାତୀଟି ମହାବୀର କୁ ଛାଡି ବାସ କୁ  ଟେକି କଚାଡି ଦେବା ସହ ପାଦରେ ଦଳିଦେବା ଫଳରେ ଘଟଣା ସ୍ଥଳରେ ବାସ ନାଏକ (୬୫) ଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଇଡା ବନ ବିଭାଗ ଓ କୋଇଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହକୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିବା ପରି ମୃତ ଦେହକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ଲହୁଣୀପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ନିୟମାନୁସାରେ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି  ।

Leave a Reply

Your email address will not be published. Required fields are marked *