ଫୋକସ ପ୍ଲସ (ସୁନ୍ଦରଗଡ) ୨୫/୦୭/୨୦୨୨: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରେ ଅଧିକାଂଶ ଲୁହାପଥରେ ଖଣି ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖଣ୍ଡେ ଦିଖଣ୍ଡ ଗାଡ଼ି କରି ଲୁହାପଥର ପରିବହନ କରି କିସ୍ତି ଦେଇଥିବା ବେଳେ ନିଜ ନିଜ ପରିବାର ଚଳାଇଥାନ୍ତି। ଯେଉଁ ଟ୍ରାନ୍ସପୋଟର ମାନେ ବିଭିନ୍ନ ଖଣିରୁ ସ୍ଥାନୀୟ ଅଞ୍ଚଳର ଗାଡ଼ି ଗୁଡ଼ିକୁ ନେଇ ଲୁହାପଥରେ ପରିବହନ କରୁଥିଲେ ସେମାନେ ବର୍ତ୍ତମାନ ବାହାର ଜିଲ୍ଲା ଓ ରାଜ୍ୟରୁ ହଜାର ହଜାର ଗାଡ଼ି ଆଣି ଲୁହାପଥର ପରିବହନ କରିଥିବାରୁ ସ୍ଥାନୀୟ ଅଞ୍ଚଳର ଗାଡ଼ି ଛିଡ଼ା ହୋଇ ରହିଯାଉଛି ଓ ଟ୍ରାନ୍ସପୋଟର ମାନେ ପରିବହନ ଭଡ଼ା ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ ମୂଲ୍ୟ ଦେଉଥିବା ସ୍ଥାନୀୟ ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ଆଜି କୋଇଡା ବ୍ଲକ ଟିପ୍ପର ମାଲିକ ସଂଘ ପକ୍ଷରୁ କଦୋଡ଼ିହା କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ସଭା ଅନୁଷ୍ଠିତ ହୋଇଯାଇଛି । ବାହାର ରାଜ୍ୟର ଗାଡ଼ିକୁ ପରିବହନ କମ କରି ସ୍ଥାନୀୟ ଗାଡ଼ି ଗୁଡିକୁ ଅଧିକ ପରିବହନ କରିବାକୁ ନ ଦିଆଗଲେ ଏହାର ପ୍ରତିବାଦରେ ଗାଡି ମାଲିକ ମାନେ ରାସ୍ତାକୁ ଓହ୍ଲାଇବା ପାଈଁ ଚେତାବନୀ ଦେଇଛନ୍ତି । ବୈଠକ ରେ ସଂଘର ନିର୍ବାଚନ ପ୍ରକିୟା ଆରମ୍ଭ କରି ଏହା ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସଂଘର ସଭାପତି ଲକ୍ଷ୍ମୀନାରାୟଣ ଜୟସ୍ଵାଲ ସୂଚନା ଦେଇଛନ୍ତି । ଏହି ବୈଠକରେ ଉପ ସଭାପତି ଶରତ ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ମିଶ୍ର ବାରିକ, ଗଣେଷ ଜୟସ୍ୱାଲ ଓ ସଦସ୍ୟ ରଞ୍ଜନ ବାରିକ, ମେଲେରୀ ବାରିକ, ଅଜଗର ବକ୍ସ ସମେତ ୧୦୦ ରୁ ଉର୍ଦ୍ଧ ଗାଡି ମାଲିକ ଉପସ୍ଥିତ ଥିଲେ ।
ଜଗତପୁରରୁ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |