କୋକ୍ରିଗୁଡା ଛକ ନିକଟରେ ଟ୍ରକ ବାଇକଦୁର୍ଘଟଣା

ସୂଚନା ଅନୁସାରେ ସେମିଲିଗୁଡା ଥାନା ଅନ୍ତୋର୍ଗତ କୋକ୍ରିଗୁଡା ଛକ ନିକଟରେ ସକାଳ 10:30 ଘଂଟିକା ସମୟରେ ଏକ ମର୍ମଦୂତ ସଡ଼କ ଦୁର୍ଘଟଣା ଘଟିଥିଲା ଉକ୍ତ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣାସ୍ଥଳରେ ହି ମୃତ ହୋଇଥିବା ବେଳେ ତାଙ୍କ ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇଥିବା ସୂଚନା l ସେଠାରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ରେଙ୍ଗା ଗ୍ରାମରୁ ତାଙ୍କ ମାମୁ ପୁରୁଷୋତ୍ତମ ଖିଲ ଙ୍କ ସହିତ ମାନିଆ ଗ୍ରାମକୁ ଯାଉଥିବା ବେଳେ କୋକ୍ରିଗୁଡା ଛକ ନିକଟରେ ଟ୍ରକଟି ପଛଆଡୁ ଆଣି ପିଟିବା ଯୋଗୁଁ ଛୋଟ ଝିଅଟି ଘଟଣାସ୍ଥଳ ରେ ହି ମୃତ ଘଟିଥିବା ବେଳେ ଏବଂ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କୋରାପୁଟ ସହିଦ ଲଷ୍ମଣନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ଏହି ଖବର ତାଙ୍କ ସମ୍ପର୍କୀୟ ମାନେ ଦେଇଥିବା ସୂଚନା ରହିଥିବା ବେଳେ ସମ୍ପର୍କୀୟ ମାନେ ଆସି ରାସ୍ତାଅବୋରଧ କରିଥିବା ବେଳେ ସେମିଲିଗୁଡା ପୋଲିସ ପ୍ରଶାସନ ପହଂଚି ଘଟଣାସ୍ଥଳରେ ବୁଝାବୁଝି କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *