କୋଟପାଡ଼ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନୂଆ ଓ ନବୀନ ଓଡିଶାଏବଂ ଯୁବ ଓଡିଶାର କାର୍ଯ୍ୟକ୍ରମ ଅନୁଷ୍ଠିତ |

କୋଟପାଡ଼11/12; କୋଟପାଡ଼ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ କୋଟପାଡ଼ ବ୍ଲକ ସ୍ତରୀୟ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶାର କ୍ରୀଡା ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଟିତ ହୋଇଯାଇଛି,ଏହି ଅବସରରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ଉଚ୍ଚ ବାଳକ ବିଦ୍ୟାଳୟର ଶିକ୍ଷକ ଗୌର ଦେୱାନ ମଞ୍ଚ ପରିଚାଳନା କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମକୁ କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ବିଶେଷ କରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନ,ଏସ ଡ଼ି ସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ,ଏନ ଏ ସି ଅଧ୍ୟକ୍ଷ ଏମ ଶଙ୍କର ରାଓ ଉପସ୍ଥିତ ଥିଲେ, ସନମାନିତ ଅଥିତି ଭାବରେ ବ୍ଲକ ଅଧ୍ୟକ୍ଷl କମଳା ଭତରା,ଉପାଦକ୍ଷ ତୋପନ ପାଣିଗ୍ରାହୀ, ଜୋନ୧ ଜିଲ୍ଲା ପରିଷଦ ତ୍ରିପତି ଚଲାଣ,ଜୋନ ୨ ଜିଲ୍ଲା ପରିଷଦ ଗୀତା ମାଝୀ, ସମସ୍ତ ସରପଞ୍ଚ,କୋଟପାଡ଼ ଏନ ଏ ସି ସମସ୍ତ ୱାର୍ଡ ମେମ୍ବର,ବିଧାୟିକା ପ୍ରତିନିଧି ସୁଧୀର ମହାନ୍ତି,ସାସଂଦ ପ୍ରତିନିଧି ସୁଶାନ୍ତ ବକ୍ସି,ତ୍ରିପତି ମହାନ୍ତିଙ୍କ ସହିତ ଅନ୍ୟ ଅତିଥିଗଣ ସଦସ୍ୟ ମାନେ ଉପସ୍ଥିତ ଥିଲେ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ ସାହୁଙ୍କ ତତ୍ବାବଧାନରେ ନୂଆ ଓଡିଶା ନବୀନ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିଥିବା ବେଳେ ବିଭିନ୍ନ ଖେଳ ଯଥା କବାଡି,ଭଲିବଲ ଓ କ୍ରିକେଟ ଆୟୋଜନ କରାଯାଇ କୋଟପାଡ଼ ଭୈରବି ପଡିଆ ଓ ସ୍କୁଲ ପରିସରରେ ଆୟୋଜନ କରାଯାଇଛି ଏବଂ ଆସନ୍ତା ୧୩ ତାରିଖରେ ଉଦଯାପିତ କାର୍ଯ୍ୟକ୍ରମରେ କୃତ୍ତି ହାସଲ କରିଥିବା ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ,ଆଜିରଏହି କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ପ୍ରଦୀପ ଗୌଡ଼,ପ୍ରଭାସିନୀ ଲିମାଲ ଓ ଭଲିବଲ ପ୍ରଶିକ୍ଷକ ମନରଞ୍ଜନ ଦlଶ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ଆଜିର ଏହି କାର୍ଯକ୍ରମ ପ୍ରଭୁ ଜଗନ୍ନାଥଙ୍କ କମଳରେ ଦୀପପୂଜଳନ ପରେ ଆରମ୍ଭ କରାଯାଇଥିଲା,ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବ୍ଲକ, କୋଟପାଡ଼ ଏନ ଏ ସି ର ସମସ୍ତ କର୍ମୀ ମାନଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଛାତ୍ର,ଛାତ୍ରୀ ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *