କୋରାପୁଟ; ଆଜି କୋଟପାଡ଼ ଏନ ଏ ସି ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖୋରାଙ୍କ ଅଧ୍ୟକ୍ଷତାରେ କୋଟପାଡ଼ ଟାଉନ ହଲ, କେନ୍ଦୁଗୁଡା ସ୍ଥିତ ଷ୍ଟୋଲ, ପାର୍କ ପରିସରରେ ଚତୁର୍ପାଶ୍ୱରେ ଥିବା ଷ୍ଟୋଲ ଗୁଡିକର ବୋକେୟା ଭଡା ଆଦାୟ କରାଯାଇଥିଲା, ନିକେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ନେତୃତ୍ୱ ନେଇ ଷ୍ଟୋଲ ଗୁଡିକର ମାସିକ ଭଡା ଆଦାୟ କରିଥିଲେ, ଦୋକାନୀ ମାନଙ୍କ ସହିତ ତାଙ୍କର ଯୁକ୍ତି ତର୍କ ହେଲେ ମଧ୍ୟ ସେ କୌଣସି ପରିସ୍ଥିତିରେ ନପଛେଇ ଷ୍ଟୋଲ ଗୁଡିକର ସମ୍ପୂର୍ଣ୍ଣ ଭଡା ଆଦାୟ କରିଥିଲେ, କେତେକ ଦୋକାନୀଙ୍କ ବୋକେୟା ଭଡା ବହୁତ ପରିମାଣରେ ଥିବାରୁ ସେମାନେ ସେହି ସମୟରେ ପୈଠ ନ କରିବାରୁ ସେମାନଙ୍କ ଦୋକାନକୁ ସିଲ କରାଯାଇଥିଲା,ଯେଉଁ ଦୋକାନୀଙ୍କ ଦୋକାନ ସିଲ ହୋଇଛି ଯଦି ଏନ ଏ ସି ସିଲରେ କୌଣସି ପରିବର୍ତ୍ତନ ଦେଖାଯାଏ ତାହା ହେଲେ ସେହି ଦୋକାନୀ ସମ୍ପୂର୍ଣ ଭାବରେ ଦାୟୀ ରହିବେ ଓ ତାଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି କୋଟପାଡ଼ ଏନ ଏ ସି ପକ୍ଷରୁ ଚେତାବନି ଦିଆଯାଇଛି, ଆଜି ମୋଟା ମୋଟୀ ଭାବରେ ୮0% ପ୍ରତିଶଦ ଭଡା ଯଥା ସର୍ବମୋଟ ଏକଲକ୍ଷ ପଞ୍ଚାବନ ହଜାର ଆଦାୟ କରାଯାଇଛି ବୋଲି ଭଡା ଆଦାୟ ମୁଖ୍ୟ କରିଥିବା ଈଶ୍ୱର ମିଶ୍ର, ପ୍ରଭାକର ପ୍ରହରାଜ, ଗୋପୀ ମାଝୀ ପ୍ରମୁଖ ପ୍ରକାଶ କରିଥିଲେ, ଆଜିର ଏହି ଭଡା ଆଦାୟ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖୋରାଙ୍କ ସହିତ ଗୋପୀ ମାଝୀ, କେ ରମେଶ, ଦୁର୍ଗା ମହାପାତ୍ର, ଦିୱାନ ମୁର୍ମୁ, ଈଶ୍ୱର ମିଶ୍ର, ମହେଶ ଗୁରୁ, ଅଭିନାଶ ଜେନା, ରାଜେଶ ଚେଟି, ନିର୍ବାହୀ ଯନ୍ତ୍ରୀ ରାଜେଶ ଦାସ, ସୁଧୀର ନନ୍ଦୀ, ଖିରୋଦ ବେହେରା, ସନ୍ତୋଷ ମହାନ୍ତି, ଭାସ୍କର ମହାନନ୍ଦିଆଙ୍କ ସହିତ ସମସ୍ତ ଏନ ଏ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ