କୋଟପାଡ଼ ବ୍ଲକ ଠାରେ ବ୍ଲକସ୍ତରୀୟ ପରବ ୨0୨୩ ଅନୁଷ୍ଠିତ |

କୋରାପୁଟ14/11/23: କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ଆଜି ୨୬ତମ ବ୍ଲକ ସ୍ତରୀୟ ପରବ ୨0୨୩ ମାନନୀୟl ବିଧାୟିକା ପଦ୍ମିନୀ ଦିଆନ, ବ୍ଲକ ଉପାଧ୍ୟକ୍ଷା କମଳା ଭତରା, ବ୍ଲକ ଉପାଦକ୍ଷ ତୋପନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଆଜି ପରବରେ ପ୍ରଥମେ କୋଟପାଡ଼ ବ୍ଲକରୁ କୋରାପୁଟଆ ନାଚ, ଗୀତ, ପଟୁଆଁର ଓ ଡେମସା ସହିତ ବିଭିନ୍ନ ସାଂସ୍କୃତିକ ଭେଷରେ କୋଟପାଡ଼ ସହର ଦେଇ ଶୋଭାଯାତ୍ରାରେ କୋଟପାଡ଼ର ଆରାଧ୍ୟ୍ୟ ଦେବୀ କନକମଣି ମା ମାଉଲିଙ୍କ ମନ୍ଦିରରେ ମଶାଲ ପୂଜା ପରେ,ବାଜାର ତାଳେ ତାଳେ ମଶାଲ ଶୋଭାଯାତ୍ରାରେ ବାହାରି ପରବର ଶୁଭାରମ୍ଭ କରାଯାଇଥିଲା,ଏହାପରେ କୋଟପାଡ଼ ବ୍ଲକ ୧୭ଗୋଟି ପଞ୍ଚାୟତରୁ ଆସିଥିବା କଳାକାର ଓ ପ୍ରତିଭା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଯଥା ଝୁଟି, ଗୀତ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରଥମ, ଦ୍ୱିତୀୟ, ତୃତୀୟ ଅଧିକରଣ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା,ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବିଡିଓ ଲଳିତ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ସନ୍ନମାନିତ ଅତିଥି ମାନଙ୍କ ମଧ୍ୟରେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ,ସାଂସଦ ରମେଶ ଚନ୍ଦ୍ର ମାଝୀ, ଏସ ଏସ ଡ଼ି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ଙ୍କ ସହିତ ମାନ୍ୟଗଣ ସଦସ୍ୟ,କୋଟପାଡ଼ ବ୍ଲକ ଅଧ୍ୟକ୍ଷl କମଳା ଭତରା, ଉପାଧ୍ୟକ୍ଷା ତୋପନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଗୀତା ମାଝୀ , ତ୍ରିପତି ଚଲାଣ, କୋଟପାଡ଼ ତହସିଲଦାର ତୁଳା ମୁଦୁଲି,ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ ଓ ସଭ୍ୟା,ଅଙ୍ଗନବାଡି ଓ ଏସ ହେଚ ଜି ଗ୍ରୁପର କର୍ମୀ ମାନଙ୍କ ସହ ବ୍ଲକର ସମସ୍ତ ପିଇଓ ଙ୍କ ସହିତ ବ୍ଲକ କର୍ମଚାରିମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *