କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ  

ଫୋକସ ପ୍ଲସ 19/10/22( ମାଲକାନଗିରି ): ସରକାରୀ କାର୍ଯ୍ୟକ୍ରମରେ ଚପଲ ପିନ୍ଧି ମହାବାହୁଙ୍କୁ ଧୁପ ଦୀପ ଦେଇ ପୁଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସୂଚନା ମୁତାବକ ଗତକାଲି ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଆୟଜିତ ହୋଇଥିବା ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ନିମନ୍ତେ ପୁଜା କରାଯାଇଥିଲା । ଯେଉଁଥିରେ ଜିଲ୍ଳାର ଅନେକ ବରିଷ୍ଟ ଅଧିକାରୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ ମୁଖ୍ୟ ଅତିଥି ଭାବରେ ପାଦରେ ଚପଲ ପିନ୍ଧି ମହାପ୍ରଭୁ ଜଗନ୍ନାଥଙ୍କୁ ଧୁପ ଦେଇ ପୂଜା କରିଥିଲେ । ଯାହାର ଚିତ୍ର ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଚିତ୍ରକୁ ଯିଏ ଭି ଦେଖୁଛି ସେ କେବଳ ଏତିକି କହୁଛି ମହାପ୍ରଭୁଙ୍କ ଠାରୁ କଣ ବଳିଗଲେ କି ନା ରାଜନୀତିର ଚାକଚକ୍ୟରେ ଭୁଲି ଯାଇଛନ୍ତି କି ଆମ ଓଡିଆଙ୍କ ରୀତିନୀତି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ। ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *