କୋଦଳା:ସାରା ରାଜ୍ୟର ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ କର୍ମଚାରୀ ଅଭାବ ସମାସ୍ୟା ଲାଗି ରହିଥିବା ବେଳେ ନିକଟରେ କିଛି ଡାକ୍ତର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ମେଡିକାଲ ସମେତ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ। ତେବେ ଗଞ୍ଜାମ ଜିଲ୍ଲାର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନିଯୁକ୍ତି ଦିଆ ଯାଇଥିବାରୁ ଏନେଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀକଂ ସହ ମିଶି ତୁରନ୍ତ ୨ ଜଣ ଡାକ୍ତର ନିଯୁକ୍ତି ଦେବା ନେଇ ଦାବି କରିଥିଲେ। ଏହାର କିଛି ଦିନ ପରେ ଜଣେ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଇଥିଲା। ତେବେ ଆଜି ଆଉ ଜଣେ ଡାକ୍ତର ଅମୟ ରଞ୍ଜନ ମହାରଣା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ୨ ଜଣ ଡାକ୍ତର କୋଦଳାରେ ନିଯୁକ୍ତି ପାଇଥିବା ବେଳେ କୋଦଳା ଅଞ୍ଚଳ ପାଇଁ ଏହା ଏକ ଆସ୍ବସ୍ତିକର ଖବର ବୋଲି ମତପ୍ରକାଶ ପାଇଛି। ଆଜି ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସ୍ବାଗତ ଜଣାଇଛନ୍ତି।
ରିପୋର୍ଟ :ଦେବାଶିଷ ମହାରଣା