କୋଦାଳ ବେଣ୍ଟରେ ପିଟି ମାରିଦେଲେ।

ଫୋକସ ପ୍ଲସ 14/12/2022(ବରଗଡ଼): ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଟୁକୁର୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଟୁକୁର୍ଲା ଗ୍ରାମର ଲୋକନାଥ ଭୋଇଙ୍କ ୩୫ ବର୍ଷୀୟ ପୁଅ ରାମଚନ୍ଦ୍ର ବୋଲି ଜଣାପଡିଛି । ମୃତ ରାମଚନ୍ଦ୍ର ଡାକ୍ତରଖାନା ନିକଟରେ ଏକ ପାନଦୋକାନ କରିଥିବା ବେଳେ ତାଙ୍କ ଗ୍ରାମର ଆର୍ତ୍ତ ବନଛୋର ସେଠାରେ ଏକ ହୋଟେଲ କରିଥିଲେ । ତେବେ ପୂର୍ବ ଶତ୍ରୁତା କୁ ନେଇ ଗତକାଲି ରାତିରେ ଆର୍ତ୍ତ କୋଦଳର ବେଣ୍ଟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ରାମଚନ୍ଦ୍ରଙ୍କ ମୃତ ଦେହ ଡାକ୍ତରଖାନା ନିକଟସ୍ଥ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା ।ଏହି ଘଟଣା ପରେ ଭଟଲି ପୋଲିସ ଅଭିଯୁକ୍ତ ଆର୍ତ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅପରପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ଡାକ୍ତରଖାନା ନିକଟରେ ଥିବା ଅଭିଯୁକ୍ତ ଆର୍ତ୍ତ ବନଛୋରଙ୍କ ହୋଟେଲକୁ ପୋଡି ଦେଇଛନ୍ତି ।ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

Leave a Reply

Your email address will not be published. Required fields are marked *