କୋଶଲ ରାଜ୍ୟ ଦାବିରେ ଧର୍ମଗଡ଼ ବନ୍ଦ

ଫୋକସ ପ୍ଲସ(କଳାହାଣ୍ଡି)୦୭/୦୯/୨୦୨୨: କୋଶଲ ରାଜ୍ୟ ଦାବି ରେ ଆଜି ପଶ୍ଚିମ ଓଡିଶାର ୧୦ ଜିଲ୍ଲା ବନ୍ଦ କରିବା ପାଇଁ କୋଶଲ ମୁକ୍ତିମୋର୍ଚ୍ଚା ବାହିନୀ ବନ୍ଦ ଡାକରା ଦେଇଛି।କୋଶଲ ମୁକ୍ତି ମୋର୍ଚ୍ଚା ର ଆବାହକ ବେଣୁ ଦୁର୍ଗା ଙ୍କ ଆହ୍ୱାନ କ୍ରମେ କଳାହାଣ୍ଡି ଧର୍ମଗଡ଼ ରେ ବନ୍ଦ ପାଳନ କରାଯାଇଛି।ଚକ ଅଖ ବନ୍ଦ ସହ ପ୍ରାୟ ସମସ୍ତ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି। ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡିଶା କୁ ଅବହେଳା କରୁଥିବା ଯୋଗୁଁ ବହୁ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛି। ସରକାରଙ୍କ ବୈମାତୃକ ମନୋଭାବ ପାଇଁ କଳାହାଣ୍ଡି ର ଆବାହକ ସାଗର ଦାସ ଙ୍କ ନେତୃତ୍ୱରେ କଳାହାଣ୍ଡି ବନ୍ଦ ସହ ଧର୍ମଗଡ଼ କୁ ସ୍ୱତନ୍ତ୍ର ଜିଲ୍ଲା ଓ ପଶ୍ଚିମ ଓଡିଶା କୁ କୋଶଲ ରାଜ୍ୟ ର ଦାବି କରିଛନ୍ତି।ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ସହ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ପ୍ରକାଶ କରିଛନ୍ତି।

ଧର୍ମଗଡ଼ରୁ ବିଶ୍ୱରଞ୍ଜନ ପାତ୍ରଙ୍କ  ରିପୋର୍ଟ l

Leave a Reply

Your email address will not be published. Required fields are marked *