କୋଶଳ ବନ୍ଦ ମହାପ୍ରଭାଵ ।

କଳାହାଣ୍ଡି18/11/2023; କୋଶଳ ରାଜ୍ୟ ଦାବି ରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ଏହାର ପ୍ରଭାବ ଦେଖାଦେଇଛି।ସମସ୍ତ ସରକାରୀ, ବେସରକାରୀ ଅଫିସ ବନ୍ଦ ସହ ସବୁ ଦୋକାନ ବଜାର ବନ୍ଦ ରହିଛି। ଧର୍ମଗଡ଼ କୋଶଳ ମୁକ୍ତି ମୋର୍ଛ। ର ସଂଗ୍ରାମୀ ମାନେ ଆଜି ଧର୍ମଗଡ଼ ଛାରିଛକ ରେ ବନ୍ଦ ପାଳନ କରି ଚକ ଅଖ ବନ୍ଦ କରାଯାଇଛି। ଅତି ଜରୁରୀ ଗାଡି ମୋଟର ଛାଡିଦେଲେ ପ୍ରାୟ ସମସ୍ତ ଗାଡି ମୋଟର ବନ୍ଦ ରହିଛି।ଯାହା ଫଳରେ ଧର୍ମଗଡ଼ ରୁ ଜୁନାଗଡ଼ ଓ ପଡୋଶୀ ଦେଭୋଗ କୁ ଯାତାୟାତ ବେଶ ପ୍ରଭାବିତ ହୋଇଛି। କୋଶଳ କୁ ସ୍ୱତନ୍ତ୍ର ରାଜ୍ୟ ଦାବି କୁ ନେଇ ଧର୍ମଗଡ଼ ରେ ବେଶ ସମର୍ଥନ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *