କୋସଲ ରାଜ୍ୟର ଦାବିରେ କୋସଲବାଦୀ ସଂଗଠନ

ଫୋକସ ପ୍ଲସ(ଗାଇସିଲେଟ)୦୯ /୦୮/୨୦୨୨:ଜନ୍ତର ମନ୍ତରରେ କୋସଲ ଜୁବଶକ୍ତି ଅଲଗ କୋସଲ ରାଜ୍ୟର anc,ଦାବୀ କଲା ଆଜି ପଶ୍ଚିମ ଓଡିଶାର କୋସଲବାଦୀ ସଂଗଠନ କୋସଲ ଜୁବଶକ୍ତି ତରଫରୁ ଅଲଗ କୋସଲ ରାଜ୍ୟ ଦାବୀରେ ଧାରଣା ଦିଆଯାଇଛି । ଓଡିଶା ରାଜ୍ୟ ଗଠନ ହେବାର ୮୬ ବର୍ଷ ପରେ ବି ପଶ୍ଚିମ ଡିଶାକୁ ଅବହେଲା କରିଆସୁଥିବାରୁ ଏବଂ ପୂର୍ବ ଓଡିଶା ସହିତ ସମାନ ବିକାଶ ନ କରୁଥିବାରୁ କୋସଲ ରାଜ୍ୟର ଦାବୀ ହୋଇଛି । ପଶ୍ଚିମ ଓଡିଶାର ସାଧାରଣ ଜନତାଂକ କୌଣସି ଦାବୀକୁ ଭୁବନେଶ୍ବରର ସରକାର ଶୁଣୁନାହିଁ । ପଶ୍ଚିମ ଓଡିଶାର ଲୋକ ପୂର୍ବ ଓଡିଶାର ଲୋକଂକ ସହ ସମାନ ଟେକ୍ଟ ଦେଇଛନ୍ତି ମାତ୍ର ଅଧିକାର ସମାନ ପାଉନାହାନ୍ତି । ପଶ୍ଚିମ ଓଡିଶା ର ଖଣିଖାଦାନ , ଜଂଗଲ ଜାତଦ୍ରବ୍ୟ ଓ ଚାଷ ଆଦିରୁ ସରକାର ସିଂହଭାଗ ରାଜସ୍ୱ ପାଉଛନ୍ତି ତଥାପି ଏ ଅଂଚଲକୁ ବିକାଶ ବଦଲରେ ଏକ ଖତଗାଡ ପରି ପକାଇ ରଖିଛନ୍ତି ଓ ଏ ଅଂଚଲର ଲୋକମାନଂକୁ ଦ୍ଵିତୀୟ ଦର୍ଜାର ନାଗରିକ ପରି ବ୍ୟବହାର ଦେଖାଉଛନ୍ତି । ଅଂଚଲର ସମସ୍ୟା ସବୁ ଯଥା ହାଇକୋର୍ଟ ବଂଚ , କେନସର ହସପିଟାଲ , କେନ୍ଦ୍ରିୟ ଶିକ୍ଷାଅନୁଷ୍ଠାନ , ଏମ୍ବର ଶାଖା , ଚାଷୀର ସମସ୍ୟା , ଦାଦନ ସମସ୍ୟା , ଆଦି ପ୍ରତି ଅବହେଳା ଅଭିଯୋଗରେ ତଥା ଅଂଚଲର ସାଂସ୍କୃରିକ ଅଧିକାର ଯେପରି ନୁଆଁଖାଇ ଦିନ ସରକାର ଛୁଟି ନ ଦେବା ଆଦି ଅଭିଜୋଗ ଠାରୁ ଏହା ବରଂ ଶ୍ରେୟସ୍କର ହେବ ଓଡିଶା ଠାରୁ ଅଲଗ ହୋଇଯିବା । ଏହି ଧାରଣାକୁ କୋସଲ ରାଜ୍ୟ ମୁକ୍ତି ମୋର୍ଚା ତରଫରୁ ସର୍ମନ ଜଣାଇ କୋସଲବାଦୀମାନେ ଭାଗନେଇଥିବା ବେଲେ କୋସଲ ଜୁବଶକ୍ତି ତରଫରୁ ହିମାଂଶୁ ସାହୁ , ସୁଶିଲ ବିଶ୍ଵାଲ , କେକି ସିଂ ଭୋଇ , ଲାଲାଜି ଆଂକର ଆଦି ପରିଚାଲନା କରିଥିଲେ । ଏଥିରେ ଓଡିଶାରୁ ଶତାଧିକ ସମର୍ଥକ ଯୋଗଦେଇ ଜନ୍ତର ମନ୍ତରରେ ଜଏ କୋସଲ ର ନାରା ଦେଇଥିଲେ ।

ଗାଇସିଲେଟ ରୁ ଶ୍ୟାମ ସୁନ୍ଦର ସୁନା ଙ୍କ ରିପୋର୍ଟ ଫୋକସ୍ ପଲ୍ସ

Leave a Reply

Your email address will not be published. Required fields are marked *