କ୍ରସର ପାଇଁ ଗାଁ ଭୋଗୁଛି ଦୁଃଖ

ଫୋକସ ପ୍ଲସ 8/3/23(କଳାହାଣ୍ଡି): ଭାଙ୍ଗୁଛି ପଥର ,ଫାଟୁଛି ଘର,ଡସ୍ଟ ଗୁଣ୍ଡ ରେ ଅତିଷ୍ଠ ଲୋକେ। ଡୋକରୀ ପାହାଡ଼ ରେ ଫୁଟୁଛି ବୋମା।ଜନ୍ ଜୀବନ ଅସ୍ତବ୍ୟସ୍ତ। ବାରମ୍ବାର ରେଡ୍ ପରେ ସାଲିସ।ଚାଷ ରେ ପ୍ରଭାବିତ, ପାନୀୟ ଜଳ ଦୂଷିତ,ଜନ ସ୍ବାର୍ଥ ଦୃଷ୍ଟିରୁ କ୍ରସର ବନ୍ଦ କରିବା ପାଇଁ ଗୁହାରୀ କରିଛନ୍ତି କାଶିବାହାଲ ଗାଁ ଲୋକେ।

_ତହସିଲ ବିଭାଗ ପାଇଁ ଜନସ୍ବାର୍ଥ ଆଗ,ନାଁ ପଥର ମାଫିଆ ଙ୍କ ସ୍ବାର୍ଥ ଆଗ ?

_କାହିଁକି ନିରବ ରହିଛି କୋକସରା ତହସିଲ ବିଭାଗ, ସ୍ଥାନୀୟ ଳୋକ ଙ୍କ ସମସ୍ୟା ସୃଷ୍ଟି କରୁଥିବା କ୍ରସର ଦୁଆ ଗାଇ ନୁହେଁ ତ ?

_ଗଣତାନ୍ତ୍ରିକ ବ୍ୟବସ୍ଥା ରେ ଅଧିକାରୀ ମାନେ ସାଧାରଣ ଳୋକ ଙ୍କ। ହେଲେ ଏଇଠି ତ ମାଫିଆ ଙ୍କ ପରି ଅନୁମାନ ହେଉଛି।

କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧିନସ୍ଥ କାଶିବାହାଲ , ଡୋକରୀ ପାହାଡ଼ ରୁ ଫୁଟୁଛି ବୋମା। ଚାରି କ୍ରସର ରୁ ତିନି କ୍ରସର ନିୟମିତ ଚାଲିଥିବା ବେଳେ। ପରିବେଶ ସୁରକ୍ଷା କୁ ବେଖାତିର କରିବା ,ସହ ଡସ୍ଟ ଗୁଣ୍ଡ ଯୋଗୁଁ ଚାଷ ନଷ୍ଟ, ପାନୀୟ ଜଳ ଦୂଷିତ,ପଥର ବ୍ଳାଷ୍ଟିଙ୍ଗ ଯୋଗୁଁ ଘର ଫାଟୁଛି। ହେଲେ ବିଭିନ୍ନ ସମୟରେ ତହସିଲ ବିଭାଗ ରେଡ୍ କରି ଛାଡ଼ି ଦେଉଥିବା କହିଛନ୍ତି ଗାଁ ଳୋକେ।

ବ୍ଳାଷ୍ଟିଙ୍ଗ ରେ ପୁର୍ବ ପୁରୁଷ ଙ୍କ ଅର୍ଜିତ ମାଁ ଡୋକରୀ ଦେବୀ ଙ୍କ ପୀଠ,ଡୋକରୀ ପାହାଡ଼ କୁ ଭାଙ୍ଗୁଛି ପଥର ମାଫିଆ ।ଧିରେ ଧିରେ ଐହିତ୍ୟ ହଜିଯିବ। ଚାଷ ଠିକ ସେ ହେଉନାହିଁ।ଡସ୍ଟ ଯୋଗୁଁ ଦୂଷିତ ପାଣି ପିଇ କିଡନୀ ରୋଗ ଭଲି ସମସ୍ୟା କୁ ସାମ୍ନା କରୁଛନ୍ତି। ତହସିଲ ବିଭାଗ କାହା ସ୍ବାର୍ଥରେ ଅନୁମତି ଦେଇଛି ତାହା ବଡ଼ ପ୍ରଶ୍ନ ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ କାହାର କର୍ଣ୍ଣପାତ ହେଉନାହିଁ। ଳୋକଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ବେଆଇନ କ୍ରସର ଅନୁମତି ରଦ୍ଦ କରିବା ପାଇଁ ଗୁହାରୀ କରିଛନ୍ତି।

Leave a Reply

Your email address will not be published. Required fields are marked *