କ୍ରସର ମାଲିକଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ

ଫୋକସ ପ୍ଲସ: ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରବିବାର ସନ୍ଧ୍ୟା ସମୟରେ ଆତ୍ମହତ୍ୟାର ଖବର ପାଇ ସେମିଳିଗୁଡା ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ଏସ ଆଇ ଦୀପକ କୁମାର ବାରିକ ସେମିଳିଗୁଡା ତଳସାହିରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ବାସିନ୍ଦା ଭି ନାର୍ସିମୁଲ ( ୬୫) ପିତା ଭି ଆପାନ୍ନା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ସେମାନେ ଉକ୍ତ ବ୍ଯକ୍ତିଙ୍କୁ ସ୍ଥାନୀୟ ଅଞ୍ଚଳରେ ଦେଖିଥିଲେ। ତେବେ କେଉଁ ପରିସ୍ଥିତିରେ ହଠାତ୍ ଆତ୍ମହତ୍ୟା କଲେ ଏହା ସନ୍ଦେହ ଘେରରେ। ସେ ସେମିଳିଗୁଡା ଅଂଚଳରେ ଜଣେ ଜଣା ଶୁଣା ସୁପରିଚିତ ବ୍ୟକ୍ତି ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ଏହାକୁ ଆତ୍ମହତ୍ୟା ଗ୍ରହଣ କରିପାରୁ ନଥିବା ବେଳେ ସେମିଳିଗୁଡା  ପୋଲିସ୍ ମୃତଦେହ ଜବତ କରି ଏକ  ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜକୁ  ପଠାଇ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି ପୋଲିସ । ସେମିଲିଗୁଡା ଥାନା ଅଧିକାରୀ ଙ୍କ କହିବା ଅନୁସାରେ ଶବ-ବ୍ୟବଛେଦ ରିପୋର୍ଟ  ଅନୁଯାୟୀ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବ ବୋଲି ମତ ରଖିଥିଲେ

Leave a Reply

Your email address will not be published. Required fields are marked *