କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ ରୈନା

ଫୋକସ ପ୍ଲସ(ବ୍ୟୁରୋ)୦୬/୦୯/୨୦୨୨: କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ ସୁରେଶ ରୈନା । ପୂର୍ବରୁ ଇଣ୍ଟରନ୍ୟାସନାଲ କ୍ରିକେଟରୁ ନିଜର ସନ୍ୟାସ ଘୋଷଣା କରିଥିବା ବେଳେ ଏବେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ୧୫ ଅଗଷ୍ଟ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଥିଲେ ରୈନା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ ଆଇପିଏଲ ଓ ଉତ୍ତରପ୍ରଦେଶ ଘରୋଇ କ୍ରିକେଟ ପାଇଁ ସେ ଖେଳୁଥିଲେ । ଏବେ ସବୁ ଫର୍ମାଟରୁ ସନ୍ୟାସ ନେଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ରୈନା । ସୁରେଶ ରୈନା ତାଙ୍କ କ୍ରିକେଟ କ୍ୟାରିଅରରେ ଭାରତ ପାଇଁ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ୨୨୬ଟି ଦିନିକିଆ ଓ ୭୮ଟି T-20 ମ୍ୟାଚ୍ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *