କ୍ଷମତା ପାଇଁ ତାଟିଆ କାମୁଡ଼ିଲେଣି ବବି ଦାସ

-ବବିଙ୍କ ବୟାନ ପରେ ରାଜନୀତି ସରଗରମ।

-ଇସାରାରେ ରାଜନୀତିର ଗୋଟି ଚଳାଉଛନ୍ତି ବବି ଦାସ!

-ଲଢିବାକୁ ପ୍ରସ୍ତୁତ ଥିବା କହି ବବି କେଉଁ ଆଡ଼କୁ ଇସାରା ଦେଇଥିଲେ ?

-ବବିଦାସ ରଣହୁଙ୍କାର ପରେ ସୁଜାତାଙ୍କ ବଡ ବୟାନ

-ବବିଙ୍କୁ ଲଢିବାକୁ ହେଲେ ସାଢେ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିବ

()ବିବାଦ ଭିତରକୁ ନିଜେ ପଶୁଛନ୍ତି ବବି । କ୍ଷମତା ଲୋଭରେ ସେ ଏମିତି ହେଉଛନ୍ତି ଯେ କେତେବେଳେ କଣ କହୁଛନ୍ତି ତାହା ନିଜେ ବି ଜାଣିପାରୁନାହାନ୍ତି । ଅତ୍ୟଧିକ ଅଂହଭାବ ପାଇଁ ନିର୍ବାଚନ ପରିଚାଳନାରେ ତ୍ରୁଟି ରଖିଲେ । ଖାଲି ଏତିକି ନୁହେଁ ବରଂ ବିକାଶ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବାରୁ ଲୋକେ ପ୍ରତ୍ୟାଖାନ କଲେ ବବି ଓ ତାଙ୍କ ମାଆଙ୍କୁ । ହେଲେ ଏବେ କ୍ଷମତା ପାଇଁ ବିକଳ ହେଲେଣି।ସେଇଥି ଲାଗି ତ ଚର୍ଚ୍ଚା ଜୋର ଧରିଥିଲା କି ଯାଜପୁରର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଏବଂ ଉପ-ନିର୍ବାଚନରେ ବବି ଲଢିବେ । ବୋଧହୁଏ ବବିଙ୍କ ସ୍ବାର୍ଥ ରାଜନୀତିକୁ ବୁଝିପାରିଛନ୍ତି ସୁଜାତା।ପୂର୍ବରୁ focus plus ରେ ସୁଜାତାଙ୍କ ପ୍ରଶ୍ନ କରାଯାଇଥିଲା କି ସେ ଡରିକି ଇସ୍ତଫା ଦେବେ ନା ସ୍ୱାଭିମାନର ସହିତ ପଦରେ ରହିବେ? ସୁଜାତାଙ୍କ ପ୍ରଶ୍ନକୁ ୨୪ ଘଣ୍ଟା ନପୁରୁଣୁ ସାମ୍ନାକୁ ଆସିଲେ ସୁଜାତା । ସିଟ୍ ଛାଡିବାକୁ ସିଧା ସିଧା ମନା କରିଦେଲେ। କହିଲେ ମୋର ଇସ୍ତଫା ଦେବାର ନାହିଁ କି ବାଏ ଇଲେକ୍ସନ ହେବାର ନାହିଁ।

ଏବେ ଚର୍ଚ୍ଚାରେ ଯାଜପୁର ରାଜନୀତି । କାରଣ ସାଧାରଣ ନିର୍ବାଚନ ସରିବା ପରେ ପୁଣି ଥରେ ସେଠାରେ ଉପନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି । ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବବି ଦାସ ସମ୍ବଲପୁର ଲୋକସଭା ସିଟ୍‌ରେ ପରାଜିତ ହେଲେ ଯାଜପୁରରେ ଦଳ ଗୋଟିଏ ସିଟ୍ ଖାଲି କରି, ସେଠାରୁ ଉପନିର୍ବାଚନ ମାଧ୍ୟମରେ ବିଧାନସଭାକୁ ପୁଣି ଏଣ୍ଟ୍ରି କରାଇବ।
ଯାଜପୁର ଉପନିର୍ବାଚନ ଚର୍ଚ୍ଚା ନେଇ ତୁମ୍ବି ତୋଫାନ ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛନ୍ତି ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁ।
ସେ କହିଛନ୍ତି ମୁଁ ଇସ୍ତଫା ଦେବିନି କି ବବି ଦାସ ଉପନିର୍ବାଚନ ଲଢିବେନି।

ଅନ୍ୟପକ୍ଷରେ ବିଧାୟିକା ମହିଳା କାର୍ଡ ଖେଳିଛନ୍ତି ,ଆଉ କହିଛନ୍ତି ବିଜେଡି ସବୁବେଳେ ମାଆମାନଙ୍କୁ ସମ୍ମାନ ଦେଇଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ୍ ଶକ୍ତି ମା ହିସାବରେ ମୋତେ ନିଜେ ଟିକଟ୍ ଦେଇଥିଲେ।

ସେପଟେ ବବିଦାସ କହିଛନ୍ତି ସୁଜାତାଙ୍କୁ ମୁଁ ଟିକେଟ ଦେଇଛି।ତେବେ କିଏ କହୁଚି ସତ??ବବି ଦାସ କେତେ ସତ କହନ୍ତି ତାହା ତ ଓଡ଼ିଶା ବାସୀ ଜାଣିଛନ୍ତି।ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ବିଜେଡିର ବିପର୍ଯ୍ୟୟ ଘଟିଥିବାରୁ ଦଳ ଆଉ ହୁଏତ ଉପନିର୍ବାଚନ ରିସ୍କ ନନେଇ ପାରେ। ପ୍ରଶ୍ନ ଉଠୁଛି, ଯାଜପୁରରେ ନିଜର ଦବଦବା ଜାହିର କରିବାକୁ ବବି ଏଭଳି ଭାଷଣ ଦେଇନାହାନ୍ତି ତ ?

ଅନ୍ୟପଟେ ୨୪ ନିର୍ବାଚନ ପରେ ଦଳ ଭିତରୁ ବବି ଦାସଙ୍କୁ ପ୍ରବଳ ବିରୋଧ କରାଯାଉଛି। ଯେଉଁଥିଲାଗି କୌଣସି କମିଟିରେ ବି ବବିଙ୍କୁ ରଖିନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ନିର୍ବାଚନର ୪ ମାସ ପରେ ବବି ପୁଣି ସଭାମଞ୍ଚକୁ ଯିବା ଓ ନିଜ ନିର୍ବାଚନ ମଣ୍ଡଳୀରେ ଦମ୍ଭୋକ୍ତି ପ୍ରକାଶ କରିବା ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଯଦି ବବି ଯାଜପୁର ବିକାଶ ପାଇଁ ବିଜେଡିକୁ ଶ୍ରେୟ ଦେଉଛନ୍ତି ତେବେ ଯାଜପୁର ବିଧାୟିକା ମାତ୍ର ଅଢେଇ ହଜାରର ଅତି କମ୍ ଭୋଟ୍ ବ୍ୟବଧାନରେ ଜିତିଲେ କେମିତି?ତେବେ ଏଠି ପ୍ରଶ୍ନ ଉଠୁଛି.. ଯଦି ଯାଜପୁରରେ ଏତେ ବିକାଶ ହେଇଚି ତେବେ ଯାଜପୁର ଭୋଟର୍ କାହିଁକି ପୂର୍ବଭଳି ଆଉ ବିଜେଡିକୁ ଭରସା କରିପାରୁ ନାହାନ୍ତି ?

Leave a Reply

Your email address will not be published. Required fields are marked *