କ୍ୟାନସର ରୋକିବ ଆୟୁର୍ବେଦିକ ଔଷଧ

ଫୋକସ ପ୍ଲସ 12/4/23(ବ୍ୟୁରୋ): ଶରୀରରେ କ୍ୟାନସର ବିକଶିତ ହେବନି! ସେଲସକୁ ଧୀମା କରିଦେବ ଆୟୁର୍ବେଦ ମେଡିସିନ ‘B2S2’, ଆୟୁଷ ମନ୍ତ୍ରଣାଳୟର ବଡ଼ ସଫଳତା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଣିଷ ଆଗରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ସମସ୍ୟା ଭାବେ ଉଭା ହେଉଛି । ତେବେ ସେଥି ମଧ୍ୟରେ କ୍ୟାନସର ଏକ ଘାତକ ବିମାରୀ । ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ଲୋକ ଏହି ବିମାରୀରେ ଅକାଳରେ ପ୍ରାଣ ହରାଉଛନ୍ତି । ବିଶେଷ କରି ୫୦ରୁ କମ୍ ବୟସର ଲୋକମାନେ ଏଥିରେ ବେଶି ଶିକାର ହେଉଛନ୍ତି ।
ଗତ ୨୦୨୦ ମସିହାରେ କ୍ୟାନସରରେ ୭.୭ ଲକ୍ଷ ଲୋକଙ୍କ ଜୀବନ ହାନୀ ଘଟିଥିବା ବେଳେ ୨୦୨୧ରେ ୭.୮ ଲକ୍ଷ ଓ ୨୦୨୨ରେ ୮.୦୮ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ତେବେ ବୈଜ୍ଞାନିକମାନେ କ୍ୟାନସରକୁ ନେଇ ଅନବରତ ଗବେଷଣା ଜାରି ରଖିଥିବା ବେଳେ ନିକଟରେ ଏନେଇ ଏକ ବଡ଼ ସଫଳତା ମିଳିଛି । ଏକ ଆୟୁର୍ବେଦ ମେଡିସିନ ‘ବି୨ଏସ୨’ ଦ୍ୱାରା କ୍ୟାନସର ଚିକିତ୍ସା କରାଯାଇ ପାରିବ ବୋଲି କୁହାଯାଇଛି । ଖୁବଶୀଘ୍ର କ୍ୟାନସରର ଟ୍ରିଟମେଣ୍ଟ ପାଇଁ ଟ୍ରାଏଲ ଆରମ୍ଭ କରାଯିବ । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଏହି ଟ୍ରାଏଲ କରାଯିବାକୁ ଥିବାବେଳେ ଏହା ଶେଷ ହେବାକୁ ଏକ ବର୍ଷ ସମୟ ଲାଗିବ ।
କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ, ଏମିଲ ଫାର୍ମା, ଟାଟା ମେମୋରିଆଲ ହସ୍ପିଟାଲ ଓ ଆୟୁଷ ମହାନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇ ପାରିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆୟୁବେଦ ମୁତାବକ, ବି୨ଏସ୨ ଔଷଧକୁ ଆୟୁର୍ବେଦ ଫର୍ମୂଲା ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଏହି ଔଷଧ କ୍ୟାନସର ସେଲ୍ସର ଗ୍ରୋଥକୁ ରୋକି ପାରିବ ବୋଲି ଲାବ ଟେଷ୍ଟରୁ ଜଣାପଡ଼ିଛି । ଏବେ ଏହାକୁ ନେଇ ଅଧିକ ରିସର୍ଚ୍ଚ କରାଯାଉଛି । ତେଣୁ ଏହା କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ମେଡିସିନ କ୍ୟାନସର ବିରୋଧରେ ଇମ୍ୟୁନିଟି ବଢ଼ାଇବା ସହିତ କ୍ୟାନସର ସେଲସର ବିକାଶକୁ ଧୀମା କରିଦେଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *