ଖଇରର ହାତ ଧରିଲେ ଇତିହାସ

ଫୋକସ ପ୍ଲସ (ବ୍ୟୁରୋ):ପ୍ରେମର ମାନେ କଣ?

ପ୍ରେମ ଏକ ଏମିତି ଶବ୍ଦ ଯାହା ଆଖି ଦେଖିପାରେ ନାହିଁ, ହାତ ଛୁଇଁ ପାରେ ନାହିଁ, ତାହା ଆପଣ କେବଳ ଅନୁଭବ କରି ପାରନ୍ତି l
ନା ତାହାର ଅଛି କିଛି କୌଣସି ମାନେ ନା ଆଉ କିଛି, ସେଠି ଅଛି ଖାଲି ପ୍ରେମ, ପ୍ରେମ, ପ୍ରେମ l
ଠିକ ସେହି ପରି ପ୍ରେମ ବନ୍ଧନ ରେ ବାନ୍ଧି ହେଲେ ଖଇର ଙ୍କ ସହ ଇତିହାସ l କି ସୁନ୍ଦର ତାଙ୍କ ଯୋଡି !
ଯଦି ହୃଦୟର କଥା ବୁଝିବା ପାଇଁ ଜଣେ ଜୀବନସାଥୀ ଥାଏ ତ ଆଉ ସେ ଜୀବନରେ କଣ ଦରକାର l ସିଏ ଆଉ କେହି ନୁହନ୍ତି ସିଏ ହେଉଛନ୍ତି କେନ୍ଦୁଝରର ଦିବ୍ୟାଙ୍ଗ ପ୍ରେମିକ ଇତିହାସ ଓ ଦିବ୍ୟାଙ୍ଗ ପ୍ରେମିକା ଖଇର, ଦୁହେଁ ଦୁହିଁଙ୍କୁ ଜୀବନସାଥି ଭାବେ ପାଇ ବହୁତ ଖୁସିରେ ଅଛନ୍ତି l

ଏମାନଙ୍କ ପ୍ରେମ ବିବାହ ଏବେ ସୋସିଆଲ ମିଡ଼ିଆ ରେ ପ୍ରଶଂସା ପାଇବାରେ ଲାଗିଛି l କେନ୍ଧୁଝରର ମନୋଜ ମଞ୍ଜରୀ ଶିଶୁ ଭବନରେ ପଡୁଥିଲେ ଦୁହେଁ lଏକା ଶ୍ରେଣୀର ନହେଲେବି ପରିଚୟ ଦୁହିଁଙ୍କ ଭିତରେ ଥିଲା l ପାଠ ପଢ଼ା ଶେଷ ପରେ ଚେନ୍ନାଇ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଇତିହାସ, ହେଲେ ଘରେ ଥିଲେ ଖଇର l ଫୁଣି ଭେଟ ହେଇଗଲା ଫେସଵୁକ ପ୍ଲାଟଫର୍ମ ରେ l ଓଠ ସିନା ଲାଜ ରେ କହିପାରୁନଥିଲେ ହେଲେ ଲେଖା ଲେଖାରେ ହେଇଗଲା ସବୁକିଛି l

ତାହାର କିଛି ଦିନ ପରେ ଭିଡିଓ କଲ କରି ଇତିହାସ ଖଇରଙ୍କୁ ମାଗିଲେ ପ୍ରେମ ନିବେଦନ ଓ ବିବାହର ପ୍ରସ୍ତାବ l କିନ୍ତୁ ତାହା ପୂର୍ବରୁ ଖଇର ତାଙ୍କ ହୃଦୟରେ ଇତିହାସଙ୍କୁ ତ ରଖିଦେଇଥିଲେ l ତେଣୁ ଆଉ ବିଳମ୍ଭ ନକରି ତାଙ୍କର ସବୁ କଥାରେ ରାଜି ହୋଇଗଲେ l ଇତିହାସ ତାଙ୍କ ବିବାହ ବିଷୟରେ ଓ ଖଇରା ଙ୍କ ବିଷୟରେ ତାଙ୍କ ମା,ବାପା ଙ୍କୁ କହିଥିଲେ l ପ୍ରଥମେ ତ ଘର ଲୋକ ରାଜି ହେଉନଥିଲେ ବି ପରେ ରାଜି ହୋଇଗଲେ l

ଶେଷରେ ଦୁଇ ପରିବାରଙ୍କ ସହମତିରେ ପବିତ୍ର ବିବାହ ବନ୍ଧନ ରେ ବାନ୍ଧିହୋଇ ନୂଆ ସଂସାର ଗଢିଲେ l ଖାଇର ଏବେ କେବଳ ସ୍ୱାମୀଙ୍କ ପାଖରେ ନୁହେଁ ସମସ୍ତଙ୍କ ପାଖରେ ଏବେ ଅଲିଅଳି l ତାଙ୍କ ବ୍ୟବହାର ରେ ଘର ଲୋକଠୁ ସାହିପାଡିଶା ଙ୍କ ପଯନ୍ତ ସମସ୍ତେ ଖୁସି l

ଆଜିର ସମାଜରେ ପ୍ରେମରେ ପ୍ରତାରଣା ଚାଲିଥିବା ବେଳେ ଯୁବ ସମାଜ ପାଇଁ ଏକ ସୁଖୀ ଦାମ୍ପତ୍ୟ ଜୀବନର ବାର୍ତ୍ତା ଦେଇଛନ୍ତି l

Leave a Reply

Your email address will not be published. Required fields are marked *