ଖଟରେ ଇନ୍ଦ୍ରାବତୀ ନଦୀ ପାର ହେଲେ ଗର୍ତ୍ତବତୀ

ଫୋକସ ପ୍ଲସ (ଥୁଆମୂଳ ରାମପୁର)୧୩/୦୭/୨୦୨୨ :କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ତଲଝାପି ଗ୍ରାମପଞ୍ଚାୟତ ଅଧିନସ୍ଥ ଖୋମନପଡା ଗାଁକୁ ସବୁ ଦିନିଆ ରାସ୍ତା ଖୋଣ୍ଡିଏ ନଥିବା ଯୋଗୁଁ ଗର୍ତ୍ତବତୀ ଓ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରାସ୍ତାଟି ନଥିବା ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନଥାଏ ଲୋକେ ବାଧ୍ୟହୋଇ ରୋଗୀଙ୍କୁ ଖଟିଆରେ ବହି ଇନ୍ଦ୍ରାବତୀ ନଦୀ ପାର କରିଥାନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଗାଁର ସୁମନୀ ଗଉଡ ନାମକ ଜଣେ ଗର୍ତ୍ତବତୀ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ତାଙ୍କୁ ୪/୫ କିଲୋମିଟର ପର୍ଯ୍ୟନ୍ତ ଖଟିଆରେବହି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଇନ୍ଦ୍ରାବତୀ ନଦୀ ପାର କରି ଗ୍ରାମ ବାସୀ ଓ ପରିବାର ଲୋକେ ମୁଖ୍ୟ ରାସ୍ତାକୁ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ଗର୍ତ୍ତବତୀ ମହିଳା ଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ଇନ୍ଦ୍ରାବତୀ ନଦୀ ଠାରେ ପୋଲ ଟି ନଥିବା ଯୋଗୁଁ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଅଭିଯୋଗ ହେଉଛି ବାରମ୍ବାର ଏଠାରେ ଏକ ପୋଲଟି ନିର୍ମାଣ କରିବା ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି ବର୍ତ୍ତମାନ ନବଜାତ ଶିଶୁ ଓ ମାଁ ସୁରକ୍ଷିତ ଭାବେ ରହିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍।

Leave a Reply

Your email address will not be published. Required fields are marked *