ଖଡିଆଳ ବିଧାୟକ୍ ଙ୍କ ନେତୃତ୍ୱ ସ୍ବାଧିନତାର ଗୌରବ ଯାତ୍ରା

ଫୋକସ ପ୍ଲସ(ନୂଆପଡ଼ା)୧୨/୦୮/୨୦୨୨: ଉତ୍କଟ ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରୁ GST ପ୍ରତ୍ୟାହାର, ପେଟ୍ରୋଲ ଡିଜେଲ ଓ ରୋଷେଇ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ପ୍ରତ୍ୟାହାର ତଥା ସମସ୍ତ ପ୍ରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଓ ଜିଲ୍ଳା ଭିତ୍ତିକ ନିଯୁକ୍ତି ଦାବୀ ରେ ଜିଲ୍ଲା କଂଗ୍ରେସ କମିଟି ଓ ବୋଡେନ ବ୍ଲକ କଂଗ୍ରେସ କମିଟି ତରଫରୁ ରୋକାଲ ଠାରୁ କରଙ୍ଗାମାଲ ପର୍ଯ୍ୟନ୍ତ ସ୍ବାଧିନତାର ଗୌରବଯାତ୍ରା ମାନ୍ୟବର ଖଡିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଏହି ପଦଯାତ୍ରା ଓ ପଥପ୍ରାନ୍ତ ସଭା କାର୍ୟ୍ଯକ୍ରମ ରେ ବୋଡେନ ବ୍ଲକ ସଭାପତି ହିରାଲା ଲ ମାଝୀ, ପି.ସି.ସି ସଭ୍ଯ ଫାରୁକ ମହମ୍ମଦ,ଲିଂଗରାଜ ଘିଭେଲା, ବରିଷ୍ଠ ନେତା ସୁରେନ୍ଦ୍ର ନିଆଲ,ସୌଦାଗର ସାହୁ,ରାମ ବେହେରା,ଅକ୍ଷୟ ନନ୍ଦ, ସନ୍ତୁ ପଟ୍ଟନାୟକ,ଖଡିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଜିଲ୍ଲା ଓବିସି ସେଲ ସଭାପତି ହିରାଧର ମେହେର, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ଜିଲ୍ଲା ମୁଖପାତ୍ର ବିଭୁ ଦତ୍ତ ଯୋଷୀ,ସମେତ ଯୁବ କଂଗ୍ରେସ ର ଝମ୍ପେଶ୍ୱର ସଲମା,ଅଫତାବ ଖାନ,ରାଜେଶ ନାଗ,ଚନ୍ଦ୍ର ଶେଖର ତାଣ୍ଡି ,ସାଗର ଭୋଇ,ବରୁଣ ସୁନା ସମେତ ଶତାଧିକ କାର୍ୟ୍ଯକର୍ତ୍ତା ଯୋଗ ଦେଇଥିଲେ।

ନୂଆପଡ଼ା ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ୍

Leave a Reply

Your email address will not be published. Required fields are marked *