ଖଣି ମାଫିଆଙ୍କ ଉତ୍ପାତ

ଫୋକସ ପ୍ଲସ ୩୦/୫/୨୨(ବଡ଼ଚଣା):ପଶ୍ଚିମ ବଡ଼ଚଣା ପାଲଟିଛି ମୋହରମ ଓ ମାଙ୍କଡ଼ା ମାଫିଆ ଙ୍କ ଭୁ-ସ୍ୱର୍ଗ, ବୈରୀ ପୋଲିସ ର କାର୍ଯ୍ୟକଳାପ କୁ ନେଇ ସାଧାରଣରେ ସସପେନ୍ସ ଜାରି।
ପୁଣି ମାଟି ମାଫିଆ ମାନେ ସକ୍ରିୟ ହୋଇ ଟ୍ରିପ ଟ୍ରିପ ଲଘୁ ଖଣିଜ ର ଚୋରା ଚାଲାଣ ଚାଲି ଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି, ବୈରୀ ଥାନା ଅନ୍ତର୍ଗତ ପଶ୍ଚିମ ବଡ ଚଣା ଏବେ ଲଘୁ ଖଣିଜ ଲୁଟେରାଙ୍କ ଭୁ-ସ୍ୱର୍ଗ ପାଲଟିଛି, ଖବର ପାଇ ବୈରୀ ଥାନା ଅଧିକାରିଣୀ ଘଟଣା ସ୍ଥଳରେ ପହଁଛି,ଏକ ଜେସିପି ଓ ଟ୍ରାକ୍ଟର କୁ ଜବତ କରି ଥାନା କୁ ଆ ଣୁ ଥିବା ବେଳେ, ଘଟଣା ସ୍ଥଳରେ ତାହାର ଲାଇଭ ଦୃଶ୍ୟ କୁ ଉତ୍ତୋଳନ କରିଥିଲା ଫୋକସ ପ୍ଲାସ ପ୍ରତିନିଧି।
କିନ୍ତୁ, ହଠାତ ଥାନା ଅଧିକରିଣୀ କାହିଁକି ଭିଡିଓ ଉତ୍ତୋଳନ କରୁଛ ବୋଲି କହିବା ସହିତ ଧମକ ଚମକ ଦେଇଥିଲେ, ପରେ ଫୋକସ ଟିଭି ର ପ୍ରତିନିଧି ଜାଣି ପାରି ଚୁପ ରହିଥିଲେ, ଏଠାରେ ଆମର ପ୍ରଶ୍ନ ବୈରୀ ଥାନା ଅଧିକାରିଣୀ ଙ୍କ ହଠାତ ଏଭଳି ଉତ୍କ୍ଷିପ୍ତହୋଇ ଧମକ ଦେବା କୁ ନା ପସନ୍ଦ କରାଯାଇ ଥିବାବେଳେ, ମାଫିଆଙ୍କ ସହିତ ଭିତିରି ବୁଝା ମଣା ର ଗଣ୍ଠିଲି କାଳେ ପଦାରେ ପଡିଯିବ ବୋଲି ପୋଲିସ ବିବ୍ରତ ଥିବା ଭଳି ଜଣା ପଡିଛି। ଏଥିରୁ ସ୍ପଷ୍ଟ ହେଉଛି କି,ଏହି ଲଘୁ ଖଣିଜ ର ବେ-ଆଇନ ଚୋରା କାରବାର ର ଦିନକୁ ଦିନ ବଢୁଥିବା ବେଳେ, ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ ନେଉଛନ୍ତି ସରକାର।
ତେବେ ଏହି ଲୁଟ ମାଫିଆ ଏବଂ ବୈରୀ ପୋଲିସ ର ମଧୁ ଚନ୍ଦ୍ରିକାରେ ମହେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବଡ଼ଚଣା ରୁ ଵିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *