ଖଣି ରାସ୍ତାରେ ଧାରଣା ଦେଲେ କୁପାଖାଲ ବାସିନ୍ଦା

ଫୋକସ ପ୍ଲସ 14/11/22( କାଶୀପୁର): କାଶୀପୁର ମାଟିରେ ଗୋଡିଡି ଉଠିଥିବା ଉତ୍କଳ ଆଳୁମିନା କାରଖାନା ଏସିଆ ମହାଦେଶର ସର୍ବ ବୃହତ ଆଳୁମିନା କାରଖାନା ଭାବେ ପରିଚିତ ପାଇଛି। କିନ୍ତୁ ସ୍ଥାନୀୟ ଜନ ସାଧାରଣଙ୍କୁ ସବୁ ସମୟରେ ଉପେକ୍ଷ କରାଯାଉଥିବା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । କେତେବେଳେ କାମ ଧନ୍ଦା ନ ପାଇ ତ କେତେ ବେଳେ ଜମିର ପ୍ରାପ୍ୟ ପାଇଁ ତ କେତେବେଳେ ନିଯୁକ୍ତି ଏବଂ ସ୍ଥାୟୀ ନିଯୁକ୍ତି , କେତେବେଳେ ପରିବେଶ ପ୍ରଦୂଷଣ ପାଇଁ ତ କେତେବେଳେ ଶ୍ରମର ଉଚିତ୍ର ପାରିଶ୍ରମିକ ମୂଲ୍ୟ ଭଳି ପ୍ରାୟ ସମୟରେ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଜାରି ରହିଛି । ଏଠାରେ କାରଖାନା ପ୍ରତିଷ୍ଠା ପରେ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି l ଜନ ସାଧାରଣଙ୍କ ହକ ର ଦାବିକୁ ପ୍ରଶାସନ ଓ ଦଲାଲ ଦ୍ଵାରା କଣ୍ଠ ରଧ କରାଯାଉଛି l ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ଗ୍ରାମର ଶତାଧିକ ଲୋକ ଚେତାବନି ଦେଇଛନ୍ତି l

Leave a Reply

Your email address will not be published. Required fields are marked *