ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ପୋଲିସ୍ |

ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ପୋଲିସ୍ , ଶିମିଳିପାଳର ଦୁଇଟି ସ୍ଥାନରେ ଚଢାଉ କରି ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ନଷ୍ଟ କଲା ପୋଲିସ୍ |
ମୟୂରଭଞ୍ଜ ୧୭/୦୩/୨୦୨୪; ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଚାଲିଥିବା ବେଆଇନ୍ ଅଫିମ ଚାଷର ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ପୋଲିସ |ରଞ୍ଜିଆ SDPOଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍ ଓ ରାଜସ୍ୱ ବିଭାଗ ଗତ କାଲି ଦିନ ତମାମ ଶିମିଳିପାଳର ଜଜଗଡ଼ା ଏବଂ ଫୁଲବାଡ଼ି ଠାରେ ଚଢାଉ କରି ବେଆଇନ୍ ଭାବେ ଲାଗିଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି | ଯାହାର ବଜାରର ମୂଲ୍ୟ ତିନି କୋଟି ଦଶ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି, ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହୋଇନି ପୋଲିସ୍ |

Leave a Reply

Your email address will not be published. Required fields are marked *