ଖବର ପ୍ରସାରଣ ପରେ ଠିକାଦାରଙ୍କ ନିଦ ହଜିଲା

ଫୋକସ ପ୍ଲସ (କୋଣାର୍କ): ଯେତେବେଳେ କୋଣାର୍କ ପୁରୀ ବେଳାମାର୍ଗ ସମୁଦ୍ର ଜୂଆର ହେତୁ ନଷ୍ଟ ହେଲା |ସେ ସମୟରେ ଲଗାତାର ଭାବେ ଆମେ ଫୋକସ ପ୍ଲସ ମାଧ୍ୟମରେ ଗ୍ରାଉଣ୍ଡ ଜିରୋ ରୁ ଖବର ପ୍ରସାରଣ କରିଥିଲୁ। କିନ୍ତୁ ବାସ୍ତବରେ ଯେଉଁ ଭଳି ଭାବରେ ପ୍ରାକୃତିକ ବାଲିବନ୍ତକୁ ରାତି ଅଧିଆ ଉଠାଇ ଦିଆଯିବା ଦ୍ୱାରା ଆଜି ଧିରେଧିରେ ବିଛିନ୍ନ ହେବାରେ ଲାଗିଛି କୋଣାର୍କ ପୁରୀ ବେଳାମାର୍ଗ। ଯାହାକୁ ବାରମ୍ବାର ଫୋକସ ପ୍ଲସପ୍ରସାରଣ ପରେ ଯେତେବେଳେ ବନ୍ଧ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକା ସଂସ୍ଥା ଦ୍ୱାରା କରାଯାଇଥିବା ନେଇ ଆମ ଚ୍ୟାନେଲ ରେ ପ୍ରସାରଣ କରାଗଲା ସେତେବେଳେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଠିକା ସଂସ୍ଥା ର ଏବେ ନିଦ ହଜିଯାଇଛି। ଯାହା ଫଳରେ ଗଣମାଧ୍ୟମ ରେ ପ୍ରସାରଣ ପରେ ସେମାନେ ତତ୍ପରତା ଦେଖେଇ ଆଗାମୀ ଲଘୁଚାପ କୁ ଆଖି ଆଗରେ ରଖି ଏବେ ପୁଣି ଆରମ୍ଭ କରିଛନ୍ତି ବନ୍ଧ ନିର୍ମାଣ କାର୍ଯ୍ୟ ।ତେବେ ଏବେ ତରବରିଆ ଭାବେ କରାଯାଉଥିବା ବାଲି ବନ୍ଧ କେତେ ଯେ ସୁରକ୍ଷା ଦେବ କୋଣାର୍କ ପୁରୀ ବେଳାମାର୍ଗ କୁ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୁରୀ ଜିଲ୍ଲା କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *