ଖବର ସଂଗ୍ରହକୁ ନେଇ ମରଣାତ୍ମକ ଆକ୍ରମଣ

ଫୋକସ ପ୍ଲସ ୦୩/୦୭/୨୦୨୨:  ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ରାଜ ରାସ୍ତା ଉପରେ ସେମାନଙ୍କ ବୃଦ୍ଧ ବାପା ଙ୍କୁ ବାଡାଉ ଥିବା ସମୟରେ ଜଣେ ସାମ୍ବାଦିକ ସେଇ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ସେହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରା ଦ୍ୱାରା ରେକର୍ଡ କରିବାରୁ ସେହି ଦୁଇ ଜଣ ବ୍ୟକ୍ତି ଙ୍କ ସହ ଅନ୍ୟ କିଛି ବ୍ୟକ୍ତି ସେମାନଙ୍କ ସହ ମିଶି ସାମ୍ବାଦିକ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି। ସୂଚନା ଅନୁଯାୟୀ ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର କୃପାସିନ୍ଧୁ ମଲ୍ଲିକ ଙ୍କୁ ତାଙ୍କର ଦୁଇ ପୁଅ ସୁନନ୍ଦ ମଲ୍ଲିକ ଏବଂ ପ୍ରମୋଦ ମଲ୍ଲିକ ମଦ୍ୟପାନ କରି ରାଜରାସ୍ତା ଉପରେ ଘୋସାଡି ଘୋସାଡି ଟାଣି ଓଟାରି ମାଡ଼ ମାରୁଥିବା ସମୟରେ ‘ସକାଳ’ ଖବରକାଗଜ ର ପାଣିକୋଇଲି ପ୍ରତିନିଧି ଅଶୋକ କୁମାର ଦାସ ଦେଖି ପ୍ରତିବାଦ କରିବା ସହ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ଖବର ପାଇ ପାଣିକୋଇଲି ପାଟ୍ରୋଲିଂ ପୁଲିସ ପହଞ୍ଚି ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ବୁଝାସୁଝା ନ ହେବାରୁ ପୁଲିସ ଫେରି ଯାଇଥିଲା। ପୁଲିସ ଫେରିଯିବା ପରେ ଆକ୍ରୋଶ ମୂଳକ ଭାବେ ଗ୍ରାମର ସାଗର ସ୍ୱାଇଁ ଙ୍କ ପ୍ରରୋଚନାରେ ସୁନନ୍ଦ ମଲ୍ଲିକ ,ପ୍ରମୋଦ ମଲ୍ଲିକ,ପ୍ରିୟବ୍ରତ ଦଳାଇ,ପ୍ରଦୀପ ମହାପାତ୍ର ଏବଂ ଅନ୍ୟ କିଛି ବ୍ୟକ୍ତି ଆଶ୍ରାବ୍ୟ ଭାଷା ରେ ଅଶୋକ ଙ୍କୁ ଗାଳି ଗୁଲଜ କରିବା ସହ ଅତର୍କିତ ଭାବେ ଆକ୍ରମଣ କରି ତାଙ୍କ ମୋବାଇଲ ତଳେ ପକାଇ ଭାଙ୍ଗି ଦେଇଥିଲେ ଏବଂ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ।ଏବଂ ସଙ୍ଘ ବଧ ଭାବେ ସାମ୍ବାଦିକ ଙ୍କ ପରିବାର କୁ ଆକ୍ରମଣ କରିବାକୁ ପଛେଇ ନଥିଲେ I

ଅନେଇ ସାମ୍ବାଦିକ ଅଶୋକ କୁମାର ଦାସ ଙ୍କ ଶହ କୋରେଇ ପ୍ରେସ କ୍ଳବ ସଭାପତି ସୁବାସ ଧଳ, ଓଟିଭି ପ୍ରତିନିଧି ଜନ୍ମେଜୟ ଦାଶ, ଇଟିଭି ପ୍ରତିନିଧି ଜ୍ଞାନରଞ୍ଜନ ଓଝା,କନକ ଟିଭି ପ୍ରତିନିଧି ପ୍ରକାଶ କୁମାର ରାଉତ,ଯାଜପୁର ମିରର ପାଣିକୋଇଲି ପ୍ରତିନିଧି ରୁଦ୍ରପ୍ରତାପ ପାଢ଼ୀ, ଫୋକସ ପ୍ରତିନିଧି ପ୍ରମୋଦ ପାତ୍ର, ଜନତା ଟାଇମ ର ପ୍ରତିନିଧି ପ୍ରହ୍ଲାଦ ଦେଓ ଲକ୍ଷ୍ମୀଧର କରଣ ଙ୍କ ଉପସ୍ଥିତି ରେ ଏକ ଲିଖିତ ଅଭିଯୋଗ ପାଣିକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ଙ୍କୁ ପ୍ରଦାନ କରିବା ସହ ମାମଲା ରୁଜୁ କରି ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *