ଫୋକସ ପ୍ଲସ 30/4/23(ବ୍ୟୁରୋ): ଖରାଦିନେ ସୁସ୍ଥ ରହିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ମିଳୁଥିବା ଫଳ, ପନିପରିବା କିଛି ମସଲା ଖାଦ୍ୟରେ ସାମିଲ କରିବା ଉଚିତ। ଶରୀରକୁ ଭିତରୁ ଥଣ୍ଡା ରଖିବା ପାଇଁ ତରଭୂଜ, କାକୁଡି ଆଦି ଖାଇବା ଉଚିତ। ମାତ୍ର ଏପରି ୨ଟି ଜିନିଷ ରହିଛି, ଯାହାକୁ ଏକାସହ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ।
ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ସେହି ଜିନିଷ ହେଉଛି ପାନମଧୁରୀ ଓ ମିଶ୍ରି। ଜାଣନ୍ତୁ..
ମିଶ୍ରି ସହଜରେ ହଜମ ହୋଇଥାଏ। ରାତିରେ ଶୁଖିଲା କାଶ ଜନିତ ସମସ୍ୟା ଥିଲେ, ମିଶ୍ରି ସେବନ କରିବା ଉଚିତ। ମିଶ୍ରି ପ୍ରାକୃତିକ ରୂପରେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଜଳାପୋଡାରୁ ମୁକ୍ତି ଦେଇଥାଏ। ଗରମ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ମିଶ୍ରି ପାଣିର ସେବନ କରନ୍ତୁ। କେତେକ ସମୟରେ ବାନ୍ତି, ବଦହଜମି, ଏସିଡିଟି ଆଦି ହେଉଥିବା ଦେଖାଯାଏ। ଏହି ସମୟରେ ମିଶ୍ରି ସେବନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ରେସ୍ତୋରାଁ ହେଉ ଅଥବା ହୋଟେଲ ମିଶ୍ରି ଓ ପାନମଧୁରୀ ନିଶ୍ଚୟ ରଖାଯାଇଥିବା ଦେଖଯାଏ। ଖାଦ୍ୟ ସେବନ ପରେ ସାଧାରଣତଃ ଏହାର ସେବନ କରିଥାଆନ୍ତି। ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ଓ ସଠିକ ଭାବେ ହଜମ ହୋଇଥାଏ। ମିଶ୍ରି ଓ ପାନମଧୁରୀ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରରେ ହିମଗ୍ଲୋବିନ୍ ସ୍ତର ବୃଦ୍ଧି ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।
ଥକ୍କାପଣ,ଦୁର୍ବଳ କିମ୍ବା ବାରମ୍ବାର ମୁଣ୍ଡ ବୁଲାଇବା ଭଳି ଅନୁଭବ କରୁଥିଲେ ମିଶ୍ରି ଓ ପାନମଧୁରୀ ସେବନ କରନ୍ତୁ। ନିୟମିତ ରୂପେ ଏହାର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ, ତେବେ ମିଶ୍ରି ଓ ପାନମଧୁରୀର ନିଶ୍ଚୟ ସେବନ କରନ୍ତୁ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ ହେବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ପାଟି ଦୁର୍ଗନ୍ଧ ଦୂର ପାଇଁ ନିୟମିତ ମିଶ୍ରି ଓ ପାନମଧୁରୀର ସେବନ କରନ୍ତୁ।