ଖରାଦିନେ ମାଟି ହାଣ୍ଡିର ଉପକାରିତା

ଫୋକସ ପ୍ଲସ 2/5/23 (ବ୍ୟୁରୋ): ମାଠିଆପାଣି ପିଇଲେ ଥଣ୍ଡା, ସର୍ଦ୍ଧି କିମ୍ବା ଜ୍ୱର ହେବାରେ ଭୟ ନାହିଁ । ଏଇ ପାଣି ପିଇଲେ ପେଟ ଥଣ୍ଡା ରଖିବା ସହ ଆମ ପାଚନ ତନ୍ତ୍ରକୁ ଅଧିକ ମଜବୁ୍ତ କରିଥାଏ । ଅଂଶୁଘାତର ପ୍ରଭାବ ରହିଛି, ସେହି ସ୍ଥାନରେ ମାଠିଆ ପାଣି ପିଇବା ଦେହ ପାଇଁ ଭଲ ।
ଫ୍ରିଜ ପାଣି ପିଇଲେ ଗଳା ଦରଜ ହୁଏ । କିନ୍ତୁ ମାଠିଆ ପାଣି ପିଇଲେ ସେମିତି କିଛି ହୁଏ ନାହିଁ ।
ନିୟମିତ ଭାବେ ମାଠିଆକୁ ସଫା ନ ରଖିଲେ, ତା କାରଣରୁ ରୋଗ ହେବାର ଭୟ ରହିଛି ।
ଅମ୍ଲ ରୋଗୀ ମାଠିଆ ପାଣି ପିଇଲେ ସେମାନଙ୍କ ସମସ୍ୟା ଦୂର ହୋଇଥାଏ । ମାଟିରେ ତିଆରି ମାଠିଆ ପାତ୍ରର ଖଣିଜ ତତ୍ୱ ମଧ୍ୟ ପାଣି ମାଧ୍ୟମରେ ଶରୀରକୁ ଯାଇଥାଏ । ବର୍ତମାନ ଦିଲ୍ଲୀ, ମୁମ୍ବାଇ ଓ କଳିକତାରେ ମାଟି ପାଣି ବୋତଲ ବିକ୍ରି ହେଲାଣି ।

Leave a Reply

Your email address will not be published. Required fields are marked *